ଚାରୋଟି ରାଜ୍ୟର ଘୋଷଣା ହେଲା ନିର୍ବାଚନ ତାରିଖ, ପଢନ୍ତୁ କେଉଁ ରାଜ୍ୟରେ କେଉଁ ତାରିଖରେ ହେବ ଭୋଟ ଗ୍ରହଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗକୁ ଦେଶର ଚାରୋଟି ରାଜ୍ୟର ବିଧାନସଭା ଅବଧି ସରିବାକୁ ଥିଲା ବେଳେ ଆଜି ଦେଶର ମୁଖ୍ୟ ନିର୍ବାଚନ କମିଶନର ଏହି ସବୁ ରାଜ୍ୟମାନଙ୍କ ସହିତ ଆଗରୁ ଭାଙ୍ଗି ଥିବା ତେଲେଙ୍ଗନା ରାଜ୍ୟ ପାଇଁ ମଧ୍ୟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଓମ ପ୍ରକାଶ ରାୱତ ପ୍ରେସମିଟ ରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ଯାଇ କହିଛନ୍ତି ଯେ ଆଗକୁ ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମ ଓ ଛତିଶଗଡ଼ ର ବିଧାନସଭା ର ଅବଧି ସରିବାକୁ ଥିଲା ବେଳେ ଏହି ସବୁ ରାଜ୍ୟ ମାନଙ୍କରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହ ଆଜି ଠାରୁ ସମସ୍ତ ୫ଟି ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା କଥା ସୂଚନା ଦେଇଛନ୍ତି । କେବଳ ଛତିଶଗଡ଼କୁ ଛାଡି ଦେଲେ ଅନ୍ୟ ଚାରୋଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଏବଂ କେଵଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ଜଣାପଡିଛି ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ରେ ୨୮ନଭେମ୍ବର, ରାଜସ୍ଥାନ ଏବଂ ତେଲେଙ୍ଗନା ରେ ୭ ଡିସେମ୍ବର, ମିଜୋରାମ ରେ ୨୮ନଭେମ୍ବର, ଏବଂ ଛତିଶଗଡ଼ରେ ୧୨ ଓ ୨୦ ନଭେମ୍ବର ରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏହି ସମସ୍ତ ପାଞ୍ଚୋଟି ରାଜ୍ୟର ନିର୍ବାଚନ ସରିବା ପରେ ଶେଷରେ ଡିସେମ୍ବର ୧୧ତାରିଖ ରେ ସବୁ ରାଜ୍ୟରେ ନିର୍ବାଚନ ଗଣତି କରା ଯାଇ ଫଳ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

Leave a comment