ଜାତୀୟ ସଂଗୀତ ଗାଇବେ ୩୫ କୋଟି ଛାତ୍ରଛାତ୍ରୀ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ଆଜାଦି କା ମହୋତ୍ସବ ସ୍ୱାଧୀନତାର ମହୋତ୍ସବ ପାଳନ ପୂର୍ବରୁ କେନ୍ଦ୍ର ସରକାର ‘ଅମୃତ ମହୋତ୍ସବ’ ଆରମ୍ଭ କରିଛନ୍ତି । ପ୍ରତି ସପ୍ତାହରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ୟୁଜିସି ଏହାକୁ ନିଆରା ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ୟୁଜିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକୁ ଏକତ୍ର ଜାତୀୟ ସଂଗୀତ ଗାନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କହିଛି । ଏହାଫଳରେ ପ୍ରାୟ ୩୦ରୁ ୩୫ କୋଟି ଛାତ୍ରଛାତ୍ରୀ ଜାତୀୟ ସଂଗୀତ ଗାନ କରିବେ ବୋଲି ୟୁଜିସ ପକ୍ଷରୁ ସୂଚନା ଦିଆଯାଇଛି । ଶେଷ ପର୍ଯ୍ୟାୟରେ ଅଗଷ୍ଟ ୯ରୁ ୧୫ ପର୍ଯ୍ୟନ୍ତ ସପ୍ତାହବ୍ୟପାୀ ଏହା କରାଯିବ । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଦେଶବ୍ୟାପୀ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ସାଇକେଲ ଶୋଭାଯାତ୍ରା, ବର୍ତ୍ତମାନ ରହିଥିବା ସ୍ୱାଧୀନତା ସମ୍ପର୍କିତ ଲେଖାଗୁଡିକୁ ବିଶ୍ୱବିଦ୍ୟାଳୟଗୁଡିକର ବିଭିନ୍ନ ବିଭାଗ ଦ୍ୱାରା ଭିନ୍ନ ଭିନ୍ନ ଭାରତୀୟ ଭାଷାରେ ଅନୁବାଦନ କରିବା କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଉତ୍ସବ ପାଳନ ସମୟରେ କୋଭିଡ କଟକଣାକୁ କଡାକଡି ଭାବରେ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment