ଜେଲ୍‌ରୁ ବାହାରିଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ

0

ଓଡ଼ିଶାଫାଷ୍ଟ(ବ୍ୟୁରୋ): ଜେଲରୁ ବାହାରିଛନ୍ତି ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ । ସେ ଦୀର୍ଘ ୬ ମାସ ଧରି ଜେଲରେ ରହିବା ପରେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ନଭେମ୍ବର ୨୭ ତାରିଖରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏହା ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା । ଗୁରୁବାର ତୃତୀୟ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ଓଡିଶା ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ଟି ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଥିଲେ କୋର୍ଟ । ତାଙ୍କ ବିରୋଧରେ ଥିବା ସମସ୍ତ ୩ ମାମଲାରେ ଜାମିନ ପାଇବା ପରେ ଆଜି ଜେଲ୍‌ରୁ ବାହାରିଛନ୍ତି ଅଭୟ ।

Leave a comment