ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ୨ ପରୀକ୍ଷାଫଳ
ଓଡ଼ିଶାଫାଷ୍ଟ(ବ୍ୟୁରୋ): ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ । ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି । ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି । ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ୍ ଭିତ୍ତିରେ ହେବ । ଏକ୍ସରେଗୁଲାର ପିଲାଙ୍କ ମାର୍କିଂ ପୂର୍ବଥର +୨ ପରୀକ୍ଷା ଭିତ୍ତିରେ ହେବ । ପୂର୍ବଥର +୨ ପରୀକ୍ଷା ଦେଇଥିଲେ ପାସ୍ କରିଥିବା ବିଷୟ ଭିତ୍ତିରେ ମାର୍କିଂ ବୋଲି ସ୍ପଷ୍ଟ କରାଯାଇଛି । ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନହେବେ, ପରେ ସେମାନେ ପରୀକ୍ଷା ଦେଇପାରିବେ । ପରିସ୍ଥିତି ସ୍ୱାଭାବିକ ହେଲା ପରେ ଅଫ୍ଲାଇନ୍ରେ ପରୀକ୍ଷା ଦେଇପାରିବେ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।