୫୦ରୁ ଅଧିକ କୃଷକଙ୍କୁ ଗୁଳିକରି ହତ୍ୟା
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ନାଇଜେରିଆ ର ଉତ୍ତର-ପଶ୍ଚିମ ରାଜ୍ୟ ଜାମଫାରାରେ ବନ୍ଧୁକଧାରୀମାନେ ଅତି କମରେ ୫୩ ଜଣଙ୍କୁ ହତ୍ୟା କରିଛନ୍ତି । ସେଠାକାର ଗଣମାଧ୍ୟମ ରିପୋର୍ଟ ମୁତାବକ, ବନ୍ଧୁକଧାରୀମାନେ ମୋଟରସାଇକେଲ ଯୋଗେ ଆସି ଜୁର୍ମି ଜିଲ୍ଲାର ଅତି କମରେ ୬ଟି ଭିନ୍ନ ଭିନ୍ନ ଗାଁର ଚାଷୀଙ୍କୁ ଆକ୍ରମଣ କରିଥିଲେ । ଜାମଫାରା ପୋଲିସର ମୁଖପାତ୍ର ମହମ୍ମଦ ଶେହୁ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେଉଁମାନେ ଆକ୍ରମଣ ଭୟରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ ।
ସେମାନଙ୍କୁ ହତ୍ୟା କରିବାକୁ ବି ପଛାଇନଥିଲେ । ଶ୍ରୀ ଶେହୁ କହିଛନ୍ତି ଯେ ଏହି ଆକ୍ରମଣ ଗୁରୁବାର ଏବଂ ଶୁକ୍ରବାର ଦିନ କରାଯାଇଥିଲା । ଶୁକ୍ରବାର ଦିନ ଅତି କମରେ ୧୪ ଟି ମୃତଦେହ ରାଜଧାନୀ ଗୁସାଉକୁ ନିଆଯାଇଥିଲା । ଏହି ସମୟରେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ସେମାନେ ଆହୁରି ୩୯ଟି ମୃତଦେହ ଉଦ୍ଧାର କରି ସହରରେ ପୋତି ଦେଇଛନ୍ତି । ଜୁରମି ଜିଲ୍ଲାର ବାସିନ୍ଦା ଗାଁ ଉପରେ ଏଭଳି ଆକ୍ରମଣ, ହମଲା, ଘଟଣାରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗତ ସପ୍ତାହରେ ରାଜପଥ ଅବରୋଧ ବି କରିଥିଲେ ।