ବିପୁଳ ପରିମାଣର ନକଲି ଫାଭିପିରାଭିର୍‌ ଔଷଧ ଜବତ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଶୁକ୍ରବାର କଟକ କଟକ କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରରୁ ବିପୁଳ ପରିମାଣର ନକଲି ଫାଭିପିରାଭିର୍‌ ଔଷଧ ଜବତ ହୋଇଛି । ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଉକ୍ତ ଦୋକାନ ଉପରେ ଚଢ଼ଉ କରି ୧୭୦ପୋଟି ଫାଭିପିରାଭିର୍‌ ଟାବଲେଟ ଜବତ କରିଛି । ଯାହାର ମୂଲ୍ୟ ପ୍ରାୟ ପ୍ରାୟ ୧୭ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଜବତ ହୋଇଥିବା ଫାଭିପିରାଭିର୍‌ ଟାବଲେଟକୁ ଟେଷ୍ଟିଂ ପାଇଁ ପଠାଯାଇଛି । ସୂଚନାରୁ ପ୍ରକାଶ, କରୋନା ଆକ୍ରାନ୍ତ ପାଇଁ ଫାଭିପିରାଭିର୍‌ ମେଡିସିନ୍‌ ବ୍ୟବହାର ହେଉଛି । ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍‌ ଦିଆଯାଉଛି । ଯେଉଁଥିପାଇଁ ଲୋକମାନେ ମନଇଛା ଫାଭିପିରାଭିର ମେଡିସିନକୁ କିଣି ପାରିବେ ନାହିଁ । ଫଳରେ ବଜାରରେ ଫାଭିପିରାଭିର୍‌ ମେଡିସିନ୍‌ର ଅଭାବ ଦେଖାଦେଉଛି । ଏହାର ସୁଯୋଗ ନେଇ କିଛି ଡ୍ରଗ୍ସ ମାଫିଆ ନକଲି ଫାଭିପିରାଭିର୍‌ ମେଡିସିନ୍‌ ତିଆରି କରି ବଜାରକୁ ଛାଡୁଛନ୍ତି । ତେବେ ଉକ୍ତ ଦୋକାନକୁ ଔଷଧ କେଉଁଠୁ ଆସିଲା ଏବଂ କେଉଁଠାରେ ବିକ୍ରି କରାଯାଇଛି ତାହାର ତଦନ୍ତ କରାଯାଉଛି ।

Leave a comment