ଶ୍ରୀଲଙ୍କା ଗସ୍ତ ପାଇଁ ଧୱନ କ୍ୟାପ୍‌ଟେନ୍‌

0

(ଓଡ଼ିଶାଫାଷ୍ଟ ବ୍ୟୁରୋ): ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ବିସିସିଆଇ ଭାରତୀୟ ଟିମ ଘୋଷଣା କରିଛି । ସିନିୟର ଖେଳାଳି ଶିଖର ଧୱନଙ୍କୁ ଟିମର ନେତୃତ୍ୱ ପ୍ରଦାନ କରାଯାଇଥିବାବେଳେ ଚେତନ ସାକାରିୟା, ଦେବଦତ୍ତ ପାଡିକାଲ ଏବଂ ଋତୁରାଜ ଗାଏକ୍ୱାଡଙ୍କୁ ପ୍ରଥମଥର ଟିମରେ ସାମିଲ କରାଯାଇଛି । ୧୩ରୁ ୨୫ ଜୁଲାଇ ମଧ୍ୟରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା-ଭାରତ ମ୍ୟାଚରେ ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ହେବେ ଶିଖର ଧୱନ । ସେହିଭଳି ଭୁବନେଶ୍ୱର କୁମାରଙ୍କୁ ଉପଅଧୀନାୟକ ଦାୟିତ୍ୱ ଦିଆଯାଇଛି । ଶ୍ରୀଲଙ୍କାରେ ୩ଟି ୱାନଡେ ଏବଂ ୩ଟି ଟି-୨୦ ମ୍ୟାଚ ଖେଳାଯିବ ।
ଶ୍ରୀଲଙ୍କା ଗସ୍ତରେ ଘୋଷଣା ହୋଇଥିବା ଭାରତୀୟ ଟମ୍‌
ଶିଖର ଧାୱନ (ଅଧିନାୟକ), ଭୁବନେଶ୍ୱର କୁମାର (ଉପ ଅଧିନାୟକ), ପୃଥ୍ୱୀ ଶ’, ଦେବଦତ୍ତ ପାଡିକଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଇଶାନ କିଶନ, ସଞ୍ଜୁ ସାମସନ୍‌, ଯୁଜବେନ୍ଦ୍ର ଚହଲ, ରାହୁଲ ଚହର, କୁଷ୍ଣା ଗୌତମ, କୃଣାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର, ନବଦୀପ ସାଇନି, ଚେତନ ସାକାରିଆ ।

Leave a comment