କୃଷି କ୍ଷେତ୍ର ପ୍ରଭାବିତ ହେବ ନାହିଁ; ନିତି ଆୟୋଗ
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ) : ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି । ଗ୍ରାମାଞ୍ଚଳ ହିଁ ଦେଶର ଖାଦ୍ୟ ଭଣ୍ଡାରକୁ ମଜଭୁତ କରିଥାଏ । ଗ୍ରାମାଞ୍ଚଳ କରୋନା ପ୍ରଭାବିତ ହେଲେ ଦେଶର କୃଷି ବ୍ୟବସ୍ଥା ଭୟଙ୍କର ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଯାଇପାରେ । ଏପରି ସ୍ଥିତିରେ ଦେଶର କୃଷି କ୍ଷେତ୍ର ପ୍ରଭାବିତ ହେବ ନାହିଁ ବୋଲି ନିତି ଆୟୋଗ କହିଛନ୍ତି । କରୋନା ମହାମାରୀ ସତ୍ତେ୍ୱ ଭାରତରେ କୃଷି କ୍ଷେତ୍ରରେ ପ୍ରଦର୍ଶନ ଭଲ ରହିଛି । ଦେଶବ୍ୟାପୀ ଲକ୍ଡାଉନ ଲାଗୁ ହୋଇଥିଲାବେଳେ ଏହି କ୍ଷେତ୍ର କରୋନାର ପ୍ରଥମ ଲହରରେ ପ୍ରଭାବିତ ହୋଇନଥିଲା । ଏବେ ପୁଣି ଦ୍ୱୀତୟ ଲହର ପ୍ରଭାବ କୃଷି ଉପରେ ପଡ଼ିବ ନାହିଁ ବୋଲି ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ କହିଛନ୍ତି ।
ଦେଶର ଅର୍ଥନୀତି ପାଇଁ ଏହା ଏକ ଭଲ ଖବର । ସେ କହିଛନ୍ତି ଯେ, ସବସିଡି, ଦାମ ଏବଂ ପ୍ରଦ୍ୟୋଗିକ ଉପରେ ଭାରତର ନୀତି ଧାନ, ଗହମ ପକ୍ଷରେ ଅଧିକ ରହିଛି । ରମେଶ ଚାନ୍ଦ କହିଛନ୍ତି ଭାରତକୁ ଡାଲି ପାଇଁ କ୍ରୟ ଏବଂ ଏମଏସପି ଉପରେ ନୀତି ତିଆରି କରିବାକୁ ପଡ଼ିବ । ୨୦୨୧-୨୨ରେ କୃଷି କ୍ଷେତ୍ରରେ ବୃଦ୍ଧି ହାର ୩ ପ୍ରତିଶତରୁ ଅଧିକ ରହିବ । ସେପଟେ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ ୨୦୨୦-୨୧ର ଚତୁର୍ଥ ତୈୟମାସିକରେ ଦେଶର ବିକାଶ ହାର ୧.୬ ପ୍ରତିଶତ ରହିଥିଲା । କିନ୍ତୁ ଏବେ ଆର୍ଥିକ ବର୍ଷ ୨୦୨୦-୨୧ରେ ଭାରତର ଅର୍ଥବ୍ୟବସ୍ଥାରେ ୭.୩ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା । ମିଳିଥିବା ରିପୋର୍ଟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ବିକାଶ ହାର ୪ ପ୍ରତିଶତ ରହିଥିଲା ।