ଦିଲୀପ କୁମାର ହସ୍ପିଟାଲ୍ରେ ଭର୍ତ୍ତି
ମୁମ୍ବାଇ(ଓଡ଼ିଶା ଫାଷ୍ଟ ବ୍ୟୁରୋ) : ଅଭିନେତା କିମ୍ବଦନ୍ତୀ ଦିଲୀପ କୁମାର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ରବିବାର ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କ ପତ୍ନୀ ତଥା ପୂର୍ବତନ ଅଭିନେତ୍ରୀ ସାୟରା ବାନୁ ଗଣମାଧ୍ୟମକୁ ଜଣାଇଛନ୍ତି । ସାଇରା ବାନୁ କହିଛନ୍ତି ଯେ , ଦିଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଏହି କାରଣରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହା ପୂର୍ବରୁ ଗତ ମାସରେ ସେ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ସେ ରୁଟିନ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।