ଭୁବନେଶ୍ୱରରେ କମୁଛି ସଂକ୍ରମଣ: ୫୬୬ ଆକ୍ରାନ୍ତ, ୧୨୩୧ ସୁସ୍ଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କମିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୫୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୦୪୮୫ରେ ପହଞ୍ଚିଛି। ଏଥିମଧ୍ୟରୁ ୭୧୩୧୩ ଜଣ ସୁସ୍ଥହୋଇଥିବା ବେଳେ ୩୫୫ ଜଣଙ୍କର ମୃତ୍ୟୁ ହୋଇଛି। ୮୭୯୬ଟି ଆକ୍ଟିଭ କେସ ରହିଛି। ତେବେ ଆଜିର ଆକ୍ରନ୍ତଙ୍କ ମଧ୍ୟରେ ୧୧୨ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୫୪ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୧୨୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave a comment