ଶିବଦତ ଦାସଙ୍କୁ ଆଜିଙ୍କ୍ୟ ଡି ୱାଇ ପାଟିଲ୍ ଗ୍ରୁପ୍‌ର ସ୍ୱାସ୍ଥ୍ୟ ବ୍ୟବସାୟର ଏମ୍‌ଡି ଓ ସିଇଓ ଭାବେ ନିଯୁକ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଙ୍କ୍ୟ ଡି ୱାଇ ପାଟିଲ୍ ଗ୍ରୁପ୍‌ର ସ୍ୱାସ୍ଥ୍ୟ ବ୍ୟବସାୟର ଏମ୍‌ଡି ଓ ସିଇଓ ଭାବେ ଶ୍ରୀଯୁକ୍ତ ଶିବଦତ ଦାସଙ୍କୁ ନିଯୁକ୍ତି ମିଳିଛି । ବୋର୍ଡ ଏନେଇ ଗ୍ରହଣ କରିଥିବା ନିଷ୍ପତି ସମ୍ପର୍କରେ କଂପାନିର ଅଧ୍ୟକ୍ଷ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୧ ଜୁନ୍ ୧ରୁ ଆରମ୍ଭ ହେବ । ମୁମ୍ବାଇର ଗ୍ରା୍ ପୋର୍ଟ ହସ୍ପିଟାଲ୍‌କୁ ଅଧିଗ୍ରହଣ କରିବା ଲାଗି ସୃଷ୍ଟି କରାଯାଇଥିବା ସ୍ପେସିଆଲ ପରପସ୍ ଭେଇକିଲ୍ ଜୋଡିଆକ୍ ହିଲୋଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ସେ ନେତୃତ୍ୱ ନେବେ ଓ ମେଡିକାଲ୍ କଲେଜ ଭାବେ ସମ୍ପ୍ରସାରିତ ହେବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ସେବାର ସେ ଦେଖାଶୁଣା କରିବେ ।
ଗ୍ରୁପ୍ ଏହାକୁ ଏକ ପ୍ରମୁଖ ପ୍ରକଳ୍ପରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛି ଏବଂ ଏକ ହଜାରେ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଭାବେ ଗଠନ କରାଯିବା ସହ ମେଡିକାଲ୍ କଲେଜ, ଅନ୍ୟ ପାରା ମେଡିକାଲ୍ ଓ ନର୍ସିଂ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ମଧ୍ୟ ଯୋଜନା ରହିଛି । ମୁମ୍ବାଇର କେନ୍ଦ୍ରସ୍ଥଳ ୱାଡାଲରେ ଅବସ୍ଥିତ ଏହି ବ୍ୟବସ୍ଥାକୁ ମୁମ୍ବାଇର ଏକ ପ୍ରମୁଖ ଅନୁଷ୍ଠାନରେ ପରିଣତ କରିବାର ଅଭିଳାଷ ରହିଛି ।
ଦୀର୍ଘ ୨୨ ବର୍ଷରେ ଶିବଦତ ନିଜ ପେସାଦାର ଜୀବନରେ ୟୁନାଇଟେଡ୍ ସ୍ପିରିଟ୍‌, ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ, ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସ, ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରା୍‌ନ୍ସ, ରିଲାଏନ୍ସ ଲାଇଫ୍ ଇନ୍‌ସ୍ୟୁରାନ୍ସ ଭଳି ପ୍ରତିଷ୍ଠିତ ସଂସ୍ଥାର ପ୍ରମୁଖ ଭୂମିକାରେ କାର୍ଯ୍ୟ କରିଛନ୍ତି ଏବଂ ବିଗତ ପାଂଚ ବର୍ଷ ଧରି ସେ ଅନେକ କଂପାନିକୁ ଆଡଭାଇଜରି ସେବା ପ୍ରଦାନ କରୁଥିଲେ । ଜଣେ ସ୍ୱାଧୀନ କନସଲଟାଂଟ୍ ଭାବେ ସେ ଗ୍ରୁପ୍ ସହିତ ଗତ କିଛି ମାସ ହେଲା ଯୋଡ଼ି ହୋଇଥିଲେ ଏବଂ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ନିଷ୍ପତି ନେଇଥିବାରୁ ଆମେ ବହୁତ ଖୁସି । ଡକ୍ଟର ପାଟିଲ କହିଛନ୍ତି ଯେ, ସଫଳତାର ଟ୍ରାକ୍ ରେକର୍ଡ, ବଡ଼ ପ୍ରକଳ୍ପକୁ ବୁଝି ପାରିବା ଏବଂ ଏକ ସୁଦୃଢ଼ ବ୍ୟବସାୟ ଗଠନ କରିବାର ପ୍ରତିବଦ୍ଧତା ସହ ଆମର ବିଶ୍ୱାସ ରହିଛି ଯେ ନେତୃତ୍ୱ ଟିମ୍‌ରେ ତାଙ୍କ ଯୋଗଦାନ ଦ୍ୱାରା କଂପାନି ଉପକୃତ

Leave a comment