ଗାର୍ଲଫ୍ରେଣ୍ଡ ଚକ୍କରରେ ଧରା ପଡିଲା ମେହୁଲ ଚୋକସି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପିଏନବି ବ୍ୟାଙ୍କ ମହାଦୁର୍ନୀତି ମାମଲାର ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରୁ ଗିରଫ ହେବାପରେ ଅନେକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଡୋମିନିକାରେ ମେହୁଲ ଚୋକସି ଗାର୍ଲଫ୍ରେଣ୍ଡ ଚକ୍କରରେ ଧରା ପଡିଛି। ଆଣ୍ଟିଗୁଆର ନାଗରିକତା ଗ୍ରହଣ କରି ସାରିଥିବା ମେହୁଲ ଚୋକସି ନିକଟରେ ଗାଏବ ହୋଇ ଯାଇଥିଲେ। ଏହା ପରେ ଡୋମିନିକାରେ ପୋଲିସ ହାତରେ ଧରା ପଡିଥିଲେ। ଗତ ରାତିର ଚୋକସିଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଏଥିରେ ସେ ଜେଲ୍ ହାଜତରେ ରହିଥିବା ଏବଂ ତାଙ୍କ ହାତରେ ଆଘାତର ଚିହ୍ନ ସହ ଆଖି ଲାଲ ଦେଖା ଯାଉଥିଲା।

ଆଣ୍ଟିଗୁଆ ମିଡ଼ିଆ ଅନୁଯାୟୀ, ଆଣ୍ଟିଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟନ ବାଉନ କହିଛନ୍ତି, ବୋଧହୁଏ ମେହୁଲ ଚୋକସି ନିଜ ପ୍ରେମିକା ସହ ଡୋମିନିକା ରୋମାଣ୍ଟିକ ଟ୍ରିପରେ ଯାଇଥିଲେ। ପ୍ରେମିକା ଚକ୍କରରେ ସେ ଡୋମିନିକାରୁ ଗିରଫ ହୋଇଛନ୍ତି। ଏହା ପୂର୍ବରୁ ବ୍ରାଉନ କହିଥିଲେ, ଭାରତ ମେହୁଲ ଚୋକସିର ପ୍ରତ୍ୟର୍ପଣ ଦସ୍ତାବିଜ ସହ ଏକ ଘରୋଇ ବିମାନକୁ ଡୋମିନିକା ପଠାଇଛି।

Leave a comment