ଜାଣନ୍ତି କି ? ଏମିତି ଜୀବ ଯାହାର ମୃତ୍ୟୁ ନାହିଁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । ଏହା ଚିରନ୍ତନ ସତ୍ୟ । ବିଜ୍ଞାନ ମଧ୍ୟ ଏହାକୁ ଗ୍ରହଣ କରିଛି । ବହୁ ଚେଷ୍ଟା ସତ୍ତ୍ୱେ ଏଯାଏ ବିଜ୍ଞାନ ମୃତ୍ୟୁ ଉପରେ ବିଜୟପ୍ରାପ୍ତ କରିନାର୍ହିଁ । ହେଲେ ଏମିତି ଏକ ଜୀବ ଅଛି ଯାହାର ମୃତ୍ୟୁ ନାହିଁ । ସତେ ଯେପରି ସେ ଅମରତ୍ୱର ବର ପାଇ ଆସିଛି । ଭଗବାନଙ୍କ ସୃଷ୍ଟିରେ ଏହା ହିଁ ବଡ଼ ବୈଚିତ୍ର୍ୟ । ଆସନ୍ତୁ ଜାଣିବା ସେହି ଜୀବ ସମ୍ପର୍କରେ କିଛି ।ଦୁନିଆରେ ବସବାସ କରୁଥିବା ସମସ୍ତ ଜୀବ-ଜନ୍ତୁମାନଙ୍କ ପାଇଁ ବୟସ ସୀମା ନିର୍ଦ୍ଧାରିତ ହୋଇ ରହିଛି। ବୟସ ସୀମା ଯେତେ ପାଖେଇ ଆସେ ,ଆୟୁଷ କ୍ରମଶଃ ସେତିକି ସରି ସରି ଆସେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ଏମିତି ଏକ ଜୀବ ଅଛି ଯାହାର ମୃତ୍ୟୁ ନାହିଁ। ସହଜ ଅର୍ଥରେ କହିଲେ , ଏହି ଜୀବକୁ ଅମରତ୍ୱର ବରଦାନ ମିଳିଛି। ତେବେ ଚାଲନ୍ତୁ ଜାଣିବା ଏହି ଖାସ ଜୀବ ସଂପର୍କରେ,
ଏହାର ନାମ ଜେଲିଫିସ । ଏହା ଜଳଚର ଜୀବ ଅଟେ । ଏହା ଏକ ପ୍ରକାର ମାଛ ଅଟେ, ଯାହାର ୧୫୦୦ରୁ ଅଧିକ ପ୍ରଜାତି ରହିଛି। ଏହା ଦେଖିବାକୁ ସୁନ୍ଦର ମାତ୍ର ଲୋକମାନଙ୍କ ପାଇଁ ଏହା ଖୁବ ମାରାତ୍ମକ । ଏହାର ଗୋଟିଏ ପ୍ରହାରରେ ଲୋକ ମୃତ୍ୟୁବରଣ କରିଥାଏ।