ମଧ୍ୟାହ୍ନ ୧୨ଟାରୁ ୩ଟା ଯାଏ ଆନ୍ଦୋଳନ କରିବେ ଚାଷୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବ। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ କୁ ବିରୋଧ କରି ଦେଶବ୍ୟାପୀ ‘ଚକା ଜାମ୍’ ଡାକରା ଦେଇଛି କୃଷକ ସଂଗଠନ । ତେବେ ଏଥିରୁ ବାଦ୍ ପଡ଼ିବ ରାଜଧାନୀ ଦିଲ୍ଲୀ, ଏନସିଆର୍ । ଅନ୍ୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆନ୍ଦୋଳନ ହେବ ବୋଲି ସୂଚନା ଦେଇଛନ୍ତି ଭାରତୀୟ କିଷାନ ୟୁନିୟନ୍ ଅଧ୍ୟକ୍ଷ ରାକେଶ ଟିକାୟତ ।

ସୂଚନାଯୋଗ୍ୟ, ସିଂଘୁ ଏବଂ ଟିକରି ସୀମାରୁ ଚକାଜାମ ଆନ୍ଦୋଳନକୁ କୋର୍ଡିନେଟ୍ କରାଯିବ । ଏହାବ୍ୟତିତ ନିଜ ନିଜ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବରେ ‘ଚକା ଜାମ୍ ’ କରିବା ପାଇଁ ସମର୍ଥକମାନଙ୍କୁ ଆହ୍ବାନ ଦେଇଛନ୍ତି ଚାଷୀ ନେତା ରାକେଶ ଟିକୈତ। ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ୭୦ ଦିନରୁ ଅଧିକ ହେଲାଣି। ଆଜି ଦେଶବ୍ୟାପୀ ଚକାଜାମ ଡାକରା ଦିଆଯାଇଥିବା ବେଳେ ୩ ଘଣ୍ଟା ପାଇଁ ଯାନବାହନ ବନ୍ଦ କରାଯିବ । ଚାଲିଥିବା ଆନ୍ଦୋଳନକୁ ବଳ ଦେବା ଲାଗି ଭାରତୀୟ କୃଷକ ୟୁନିଅନ ଏଭଳି ଡାକରା ଦେଇଛି । ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ସର୍ବାଧିକ ପ୍ରଭାବ ପଡିବାର ସମ୍ଭାବନା ରହିଛି ।
ଓଡିଶାରେ ନବ ନିର୍ମାଣ କୃଷକ ସଂଗଠନ ଚକା ଜାମ କରିବେ । ରାଜ୍ୟର ୨୩ଟି ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଚକା ଜାମ କରାଯିବ। ଏହାକୁ ଆଖିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

Leave a comment