ଭଦ୍ରକରେ ଅଲୌକିକ: ମାଟିତଳୁ ବାହାରିଲା ଶିବ ଲିଙ୍ଗ ଓ ପାର୍ଶ୍ୱ ମୂର୍ତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ବ୍ଲକ ଗୋରାମାଟି ପଞ୍ଚାୟତ ଗୋରାମାଟି ଗାଁର ବଳଦିଆ ପଦାଠାରେ ଏହି ଶିବ ଲିଙ୍ଗ ଆବିର୍ଭାବ ହୋଇଛନ୍ତି । ଅମାବାସ୍ୟା ରାତିରେ ମାଟି ଖୋଳିବା ବେଳେ ହଠାତ ବାହାରିଲା ଶିବ ଲିଙ୍ଗ ଓ ପାର୍ଶ୍ୱ ମୂର୍ତ୍ତି । ମଟିତଳୁ ଶିବଲିଙ୍ଗକୁ ଦେଖିବା ପାଇଁ ଲୋକଙ୍କ ଗହଳି ସାଙ୍ଗକୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପ୍ରକାଶ ଯେ, ଗତକାଲି ରାତିରେ ଗୋରାମାଟି ଗାଁର ବଲଦିଆପଦା ପଡିଆରେ ଏକ ପାର୍କ ନିର୍ମାଣ ପାଇଁ ମାଟି ସମତୁଲ କରାଯାଉଥିଲା।

ଏହି ସମୟରେ ପଥରରେ ଟ୍ରାକ୍ଟର ଫାଳ ବାଜି ମୁନ ଭାଙ୍ଗି ଯାଇଥିଲା।
ଏହାପରେ ଟ୍ରାକ୍ଟର ଡ୍ରାଇଭର ଓ ମାଲିକ ତଳେ ପଥର ମୂର୍ତ୍ତି ଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ସରପଞ୍ଚ ଓ ଗାଁ ଲୋକଙ୍କୁ ଖବର ଦେବାରୁ ସମସ୍ତେ ଏକତ୍ରିତ ହୋଇ ଅଧିକ ଖୋଳାଖୋଳି କରିଥିଲେ। ପରେ ପାତାଳୀ ମୂର୍ତ୍ତି ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଗାଁରେ ପୂଜା ପାଠ ଚାଲିଛି।

Leave a comment