ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍‌ କରେ ଅମୃତଭଣ୍ଡା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅମୃତଭଣ୍ଡା କେବଳ ଖାଇବାକୁ ସ୍ୱାଦିଷ୍ଟ ଲାଗେନାହିଁ। ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି। ଏହା ପାଚନ ତନ୍ତ୍ରକୁ ମଜବୁତ୍‌ ରଖିବା ସହ ଓଜନ କମାଇବା ପାଇଁ ସାହାଯ୍ୟ କରିଥାଏ। ପାଚିଲା ଅମୃତଭଣ୍ଡାକୁ ଆପଣ ଜୁସ୍‌ କରି ପିଇପାରିବେ କିମ୍ୱା କଞ୍ଚା ଅମୃତଭଣ୍ଡାରେ ତରକାରୀ କରି ମଧ୍ୟ ଖାଇପାରିବେ। ପ୍ରାଚୀନ କାଳରେ ଲୋକେ ଅମୃତଭଣ୍ଡାକୁ ଘରୋଇ ଉପଚାର ଭାବରେ ବ୍ୟବହାର କରୁଥିଲେ। ଭାରତ ବ୍ୟତୀତ ମାଲେସିଆ ଓ ଥାଇଲାଣ୍ଡରେ ପ୍ରଚୁର ମାତ୍ରାରେ ଭଣ୍ଡା ଚାଷ କରାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଅମୃତଭଣ୍ଡା ଖାଇଲେ ଶରୀରକୁ କେଉଁସବୁ ଫାଇଦା ମିଳିଥାଏ।

୨. ଆହୁରି ମଧ୍ୟ ଅମୃତଭଣ୍ଡା ଶରୀରରେ ଜଳୀୟଅଂଶକୁ ଠିକ୍‌ ରଖିଥାଏ। ଏକ ରିପୋର୍ଟ ଅନୁସାରେ ୧୦୦ ଗ୍ରାମ ଅମୃତଭଣ୍ଡା ଖାଇଲେ ଆପଣଙ୍କ ଶରୀରକୁ ୪୩ ଗ୍ରାମ୍‌ କ୍ୟାଲୋରୀ ମିଳିଥାଏ।

୩ . ଅମୃତଭଣ୍ଡାରେ ଫାଇବର୍‌, ପୋଟାସିୟମ୍‌, ଭିଟାମିନ୍‌ ରହିଛି। ଯାହାକୁ ଖାଇବା ଦ୍ୱାରା ହାର୍ଟ ଜନିତ ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ହାର୍ଟରୋଗୀଙ୍କୁ ଅମୃତଭଣ୍ଡା ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି।

୪. ଅମୃତଭଣ୍ଡାରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ୍‌ କରିଥାଏ। ତେଣୁ ବୟସ୍କ ବ୍ୟକ୍ତି ପ୍ରତିଦିନ ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତୁ।

୫. ଯେଉଁ ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନେ ଅମୃତଭଣ୍ଡା ନିଶ୍ଚିନ୍ତ ଖାଆନ୍ତୁ। ଏଥିରେ ଥିବା ପୋଟାସିୟମ୍‌ ରକ୍ତଚାପକୁ ଠିକ୍‌ ରଖିବା ପାଇଁ ସାହାଯ୍ୟ କରିଥାଏ।

Leave a comment