ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ରଘୁନାଥପୁର ବ୍ଲକରେ କର୍ମୀ ସମ୍ବିଳନୀ ସହ ମିଶ୍ରଣ ପର୍ଵ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ରଘୁନାଥପୁର ବ୍ଲକରେ କର୍ମୀ ସମ୍ବିଳନୀ ସହ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଲକର ଏରଡଙ୍ଗା, ପୁରୁଣା ବସନ୍ତ ପଞ୍ଚାୟତରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାରତ ବର୍ଷର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରି ଶଙ୍ଖ ଚିହ୍ନ ରେ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଶ୍ରୀ ଦାସବର୍ମା ନିବେଦନ କରିଛନ୍ତିି ।

ସେହିପରି ଭାରତୀୟ ଜାତୀୟ କଂଗ୍ରେସର ୩୦ରୁ ଉର୍ଦ୍ଧ କର୍ମି ଦଳ ପରିତ୍ୟାଗ କରି ଶ୍ରୀ ଦାସବର୍ମାଙ୍କ ଉପସ୍ଥିତିରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଲକରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, କନ୍ଧମାଳ ଜିଲ୍ଲାର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ, ପଞ୍ଚାୟତ ପର୍ଯ୍ୟବେକ୍ଷକ ରାଜା ଚକ୍ର, ବ୍ଲକ ଅଧ୍ୟକ୍ଷା ସ୍ବପା ସରିତା ବଳ, ଦୁର୍ଗା ସାମନ୍ତରାୟ, ସରୋଜ ସ୍ଵାଇଁ ଓ ଅନ୍ୟମାନେ ଉପସ୍ଥିତି ଥିଲେ ।

Leave a comment