ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ଆରମ୍ଭ ହେବ ମତାମତ ସଂଗ୍ରହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭକ୍ତଙ୍କ ପାଇଁ ଖୋଲିବ ଜଗନ୍ନାଥଙ୍କ ଦୁଆର । ପୁଣି ମିଳନ ହେବ ଭକ୍ତ ଓ ଭଗବାନଙ୍କର । ଶ୍ରୀମନ୍ଦିର ସାଧାରଣ ଭକ୍ତ ମାନଙ୍କ ପାଇଁ ଖୋଲାଯିବା ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ପାଇବା ପରେ କାଲିଠାରୁ ମତାମତ ସଂଗ୍ରହ ଏବଂ ବିଚାର ବିମର୍ଶ ଆରମ୍ଭ କରିବ ଶ୍ରୀମନ୍ଦିର ପ୍ରସଶନ, ନିଜେ ମୁଖ୍ୟ ପ୍ରସଶକ ବିଭିନ୍ନ ନିଯୋଗ ଏବଂ ବରିଷ୍ଠ ଦେବୟତ ମାନଙ୍କ ସହିତ ପର୍ଯ୍ୟାୟ ଅନୁସରେ ବିଚାର ବିମର୍ଶ କରିବେ ।
ସୂଚନା ଅନୁଯାୟୀ, ଆସନ୍ତା କାଲି ତା ୯.୧୦.୨୦ ଏବଂ ପରେ ତା ୧୨.୧୦.୨୦ ରୁ ତା ୧୬.୧୦.୨୦ ପର୍ଯ୍ୟନ୍ତ ପ୍ରତିଦିନ ବିଚାର ବିମର୍ଶ ଏବଂ ମତାମତ ସଂଗ୍ରହ କରିବେ ମୁଖ୍ୟ ପ୍ରଶାସକ । କୋଭିଡ -୧୯ କଟକଣା ଦୃଷ୍ଟିରୁ ଭିଡ଼ିଓ କନଫରେନ୍ସିଂଗ ଜରିଆରେ ଏହି ବୈଠକ ଅନୁଷ୍ଟିତ ହେବ ।