ବାଲେଶ୍ଵର, ତିର୍ତ୍ତୋଲ ଉପନିର୍ବାଚନ, କିଏ ହେବ ବିଜେଡ଼ି ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘନ ଘନ ବୈଠକ ପରେ ହେଲା ନିଷ୍ପତ୍ତି । ବାଲେଶ୍ଵର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚୟନ ହେଲେ ପ୍ରାର୍ଥୀ । ଖୁବଶୀଘ୍ର ହେବ ଘୋଷଣା । ତିର୍ତ୍ତୋଲ ପ୍ରାର୍ଥୀ ଚୟନ ଠାରୁ ଅଧିକ ଦ୍ଵନ୍ଦ ସୃଷ୍ଟି କରିଥିଲା ବାଲେଶ୍ଵର । ଶେଷରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସ୍ବର୍ଗତ ବିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟ ଶଙ୍କର ଦାସଙ୍କ ନାଁ ଚୟନ ହୋଇଥିବା ବେଳେ ବାଲେଶ୍ଵର ଉପନିର୍ବାଚନ ପାଇଁ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରବୀନ୍ଦ୍ର ଜେନାଙ୍କ ନାଁ ଚୟନ କରାଯାଇଛି ।

ସୂଚନା ଅନୁଯାୟୀ, ବାଲେଶ୍ଵର ଉପନିର୍ବାଚନ ପାଇଁ ତିନିଜଣଙ୍କ ଯଥା ବିଜେଡ଼ି ପୂର୍ବତନ ବାଲେଶ୍ଵର ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ, ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବସିନୀ ଜେନା ଏବଂ ଅଭିନେତା ଅରିନ୍ଦମଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ଅନେକ ବିଚାରବିମର୍ଷ ପରେ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବସିନୀ ଜେନାଙ୍କୁ ଚୟନ କରାଯାଇଥିଲା । ମାତ୍ର ସୁବସିନୀଙ୍କୁ ବିଜେଡ଼ି ପ୍ରାର୍ଥୀ ଭାବେ ଗ୍ରହଣ କରିବାକୁ ନେଇ ଅନେକ ବିବାଦ ଦେଖାଦେବା ପରେ ଶେଷରେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରବୀନ୍ଦ୍ର ଜେନାଙ୍କ ନାଁ ଚୟନ କରାଯାଇଛି । ଅପରପକ୍ଷରେ ଗତକାଲି ଶ୍ରୀ ଜେନା କଂଗ୍ରେସର କିଛି ନେତା ଓ ଶତାଧିକ କଂଗ୍ରେସ କର୍ମୀଙ୍କୁ ବିଜେଡ଼ିରେ ମିଶାଇଥିବା ସୂଚନା ମିଳିଛି ।

ସେହିପରି ସ୍ବର୍ଗତ ଵିଷ୍ଣୁ ଦାଶଙ୍କ ସୁପୁତ୍ର ବିଜୟ ଶଙ୍କରଙ୍କୁ ନିଜ ବିଧାୟକ ଭାବେ ଦେଖିବାକୁ ତୃଣମୂଳ ସ୍ତରରେ ତିର୍ତ୍ତୋଲ ବିଜେଡ଼ି କର୍ମୀମାନେ ଇଚ୍ଛା ପ୍ରକାଶ କରିଥିବା ବେଳେ ଏହା ସ୍ବର୍ଗତ ଦାଶଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଚର୍ଚ୍ଚା ହେଉଛି ।

Leave a comment