ଅନୁଗାମୀଙ୍କୁ ନିଶା ଦେଇ ଯୌନ ଶୋଷଣ, ଭଣ୍ଡ ବାବା ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହରିୟାଣାର ଫତେହାବାଦରେ ଏକ ଲଜ୍ଜାଜନକ ଘଟଣା ଘଟିଛି ଏଠାକାର ଜଣେ ଅାତ୍ମଘୋଷିତ ବାବା ୧୨୦ ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଯୌନ ଶୋଷଣ କରିବା ସହ ତାହାର ଭିଡିଓ ରେକର୍ଡିଂ କରି ରଖିଥିଲେ । ସେଥତ୍ମଧ୍ୟରୁ କେତେକ ଭିଡିଓ ସୋସିଅାଲ ମିଡିଅାରେ ପ୍ରସାର ହେବା ପରେ ଭଣ୍ଡ ବାବା ଅମରପୁରୀଙ୍କୁ ପୋଲିସ ଗିରଫ କରିଛି । ଫତେହାବାଦର ତୋହାନାଠାରେ ଥତ୍ବା ବାବା ବାଲକନାଥ ମନ୍ଦିରରେ ବାବା ଅମରପୁରୀ ମହନ୍ତ ଭାବେ କାର୍ଯ୍ୟ କରୁଥିଲେ । ଏହି ଭଣ୍ଡ ବାବା ଙ୍କ ପାଖଜୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପରାମର୍ଶ ନେବାକୁ ଅାସୁଥିବା ମହିଳା ଅନୁଗାମୀଙ୍କୁ ନିଶା ଦେଇ ବଳାତ୍କାର କରୁଥିଲେ ଏବଂ ଏହି ଦୃଶ୍ୟକୁ ଭିଡିଓ ରେକର୍ଡିଂ କରି ପୀଡ଼ିତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ବାଧ୍ୟ କରୁଥିଲେ । ବାବାଙ୍କ ଯୌନ କେଳେଙ୍କାରୀ ବିଷୟରେ ସୂଚନା ପାଇବା ପରେ ଗୁରୁବାର ରାତିରେ ତାଙ୍କୁ ଗିରଫ କରିବା ସହ ଶକ୍ତିନଗରସ୍ଥିତ ତାଙ୍କ ଘରେ ପୋଲିସ ଚଢ଼ାଉ କରିଥିଲା । ସେଠାରେ ଅନେକ ସନ୍ଦେହଜନକ ବସ୍ତୁ ମିଳିବା ସହ ବଳାତ୍କାର ଦୃଶ୍ୟ ସମ୍ବଳିତ ଭିଡିଓ ସିଡି ମଧ୍ୟ ଜବତ ହୋଇଛି।