ପୁଣି ଭାରତ ଏବଂ ଚୀନ୍‌ ସେନା ପୁଣି ମୁହାଁମୁହିଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ଏବଂ ଚୀନ୍‌ ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ଗତ ୨ଦିନ ଧରି ରାତିରେ ଲଦ୍ଦାଖର ପୌଙ୍ଗଗ ସୋ ହ୍ରଦ ନିକଟରେ ଉଭୟ ଦେଶର ସେନା ମଧ୍ୟରେ ଏହି ସଂଘର୍ଷ ଘଟିଥିବା ଜଣାପଡିଛି। ସରକାର କହିଛନ୍ତି ଯେ ଆମ ଯବାନମାନେ ଚୀନ୍ ସୈନିକଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରି ଦେଇଛନ୍ତି।

ଭାରତୀୟ ସେନାର ଲୋକ ସଂପର୍କ ଅଧିକାରୀ କର୍ଣ୍ଣେଲ ଅମନ ଆନନ୍ଦ କହିଛନ୍ତି ଯେ ଗତ ୨୯ ଓ ୩୦ ତାରିଖ ରାତିରେ ଚୀନ୍ ସୈନିକମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଯାହାକୁ ନେଇ ଭାରତ ଏବଂ ଚୀନ୍‌ ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାରତୀୟ ଯବାନମାନେ କଡା ମୁକାବିଲା କରି ଚୀନ୍ ସୈନିକଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରି ଦେଇଛନ୍ତି।ପୂର୍ବ ଲଦାଖରେ ଚାଲିଥିବା ବିବାଦ ମଧ୍ୟରେ ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଥିବା ବେଳେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଯବାନମାନେ ସାମରିକ ଏବଂ କୂଟନୈତିତିକ ଆଲୋଚନାକୁ ଉଲ୍ଲଂଘନ କରି ଅନୁପ୍ରବେଶ ପାଇଁ ଚେଷ୍ଟା କରୁଥିବା କର୍ଣ୍ଣେଲ ଆନନ୍ଦ କହିଛନ୍ତି।

Leave a comment