ଫେରିଯା କରୋନାର ଭିଡିଓ ରିଲିଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କଳାକାର ମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଉଜଣେ ଚଳଚିତ୍ର ଓ ନାଟକ ଜଗତର ହାସ୍ୟ କଳାକାର ନିରଞ୍ଜନ ଆଚାର୍ଯ୍ୟ ଏକ ନିରାରା ପ୍ରୟାସ କରିଛନ୍ତି । କରୋନା ବିପକ୍ଷରେ ଲଢ଼ୁଥିବା ସମସ୍ତ କରୋନା ଯୋଦ୍ଧା ମାନଙ୍କ ଉଦ୍ଧେଶ୍ଵରେ ନିଜ ହାତରୁ ଖର୍ଚ୍ଚ କରି ଏକ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି , ଯାହାର ନାମ ” ଫେରିଯା କରୋନା ” ଏହି ଭିଡିଓ ସଂଗୀତରେ ନିରଞ୍ଜନଙ୍କ ନିର୍ଦେଶନା ରେ ବହୁ ବିଶିଷ୍ଟ ଅଭିନେତା ଅଭିନେତ୍ରୀ ମାନେ ଅଭିନୟ କରିଛନ୍ତି, ଅଶ୍ରୁ ମୋଚନ, ଜୀବନ ପଣ୍ଡା, ଭୂପତି ତ୍ରିପାଠୀ, ଜୟପ୍ରକାଶ ଦାସ, ସୋମୁ, ଭକ୍ତି, ବସନ୍ତ, ଉତ୍ତମ, ରଞ୍ଜିତ, ବାବୁ, କିରଣ, କୁନି ମିଶ୍ର, ଦିବ୍ୟା, ଐଶ୍ୱରୀୟା, ବର୍ଷା, ଦୀପ୍ତି ଓ ମୀରା ପରିଡା ଓ ଶିଶୁ କଳାକାର ଭାବେ ପ୍ରତୀକ୍ଷା ଓ ମାମୁନି ପ୍ରମୁଖ ଅଭିନୟ କରିଛନ୍ତି ।
ଏହି ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅଞ୍ଜନ କୁମାର , କଣ୍ଠଦାନ କରିଛନ୍ତି ଅଞ୍ଜନ କୁମାର ଓ ସଙ୍ଗୀତ , ଗୀତ ଲେଖିଛନ୍ତି ସରୋଜିନୀ ମହାପାତ୍ର , ଚିତ୍ରତ୍ତୋଳନ କରିଛନ୍ତି ଲିଟୁ ଓ ସମ୍ପାଦନା କରିଛନ୍ତି ଅଞ୍ଜନ ଓ ଉତ୍ତମ । ଆଜି ଏହି ଗୀତକୁ ନିରାଡ଼ମ୍ବର ସହ ଏହାର ରିଲିଜ କରାଯାଇଥିଲା ଗାନ୍ଧିମାର୍ଗ ଠାରେ, ଏହି ରିଲିଜ କାର୍ଯ୍ୟକ୍ରମ ରେ ଓଡିଶା ସମାଜସେବୀ ମହାସଙ୍ଘ ର ରାଜ୍ୟ ସଭାପତି ବାପୁ ଓଝାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ପୂର୍ବତ୍ତନ ଜିଲ୍ଲା ସଭାପତି ଅମରେଶ ଜେନା ଯୋଗଦେଇଥିଲା ବେଳେ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ମୀରା ପରିଡା, ପ୍ରସନ୍ନ ପାଣି, ହାତଲେଖା କଳାକାର ସଙ୍ଘ ସଭାପତି ଶିବ ସଙ୍କର ଡାକୁଆ, ଚଳଚିତ୍ର ଅଭିନେତା ଜୀବନ ପଣ୍ଡା ଯୋଗଦେଇଥିଲେ, ନିରଞ୍ଜନ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ସହଯୋଗ କରିଥିଲେ ଉତ୍ତମ, ରଞ୍ଜିତ, କୁନୁ ଓ ସତ୍ୟ । ଏହି ସଙ୍ଗୀତ ନିରଞ୍ଜନ ଆଚାର୍ଯ୍ୟ ୟୁ ଟ୍ୟୁବ ଚ୍ୟାନେଲରେ ରିଲିଜ ହୋଇଛି ।