ସୀମାରେ ଡ୍ରାଗନ୍‌ର ଦାଦାଗିରି ପଛରେ କ’ଣ ରହିଛି ଉଦେଶ୍ୟ, ମୁକାବିଲା ପାଇଁ ପ୍ରସ୍ତୁତ ହେଲା ଭାରତୀୟ ସେନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡ୍ରାଗନ୍‌ ତରଫରୁ ଭାରତୀୟ ସୀମାରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ହଜାର ହଜାର ସୈନିକମାନଙ୍କୁ ମୁତୟନ କରାଯାଇଛି। ଲଦାଖ୍‌ର ଚୀନ୍‌ର ଏଭଳି ଯୁଦ୍ଧଖୋର ମନୋବୃତ୍ତିରେ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ପକ୍ଷରୁ ମଧ୍ୟ ଅତ୍ୟଧିକ ସେନା ମୁତୟନ କରାଯାଇସାରିଛି। ସାମରିକ ବାହନଗୁଡ଼ିକୁ ସୀମାରେ ନିୟୋଜିତ କରାଯାଇଛି। ଯୁଦ୍ଧ ହେଲିକପ୍ଟରରୁ ଚୀନ୍‌ ସୈନିକମାନଙ୍କର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । କାରଣ ଚୀନ୍‌ ଚାଲାକି ଦେଖାଇ ଭାରତୀୟ ସୀମା ମଧ୍ୟରେ ଯେ କୌଣସି ସମୟରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିପାରେ । ଫଳରେ ସେମାନଙ୍କୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ଅଦ୍‌ଭୂତପୂର୍ବ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅଞ୍ଚଳରେ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା କଡ଼ାକଡ଼ି କରାଯାଇଛି।

ସୂଚନା ମୁତାବକ, ଭାରତୀୟ ସୀମାରେ ଡ୍ରାଗନ୍‌ ୫୦୦୦ ସେନା ମୁତୟନ କରିସାରିଥିଲେ ମଧ୍ୟ ଏହି ପ୍ରକ୍ରିୟା ଜାରି ରଖି ଆହୁରି ସୈନିକମାନଙ୍କୁ ଘଟଣାସ୍ଥଳକୁ ପଠାଉଥିବାର ଗୁଇନ୍ଦା ତଥ୍ୟ ଭାରତକୁ ମିଳିସାରିଛି । ତେବେ କୌଣସି ପ୍ରକାରେ ସେମାନଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ବାୟୁ ସେନା ତରଫରୁ ସବୁପ୍ରକାର ପଦକ୍ଷେପ ନିଆଯାଇ ସରିଛି । ବିଶେଷଜ୍ଞମାନଙ୍କ ମତରେ ଏହି ଅଞ୍ଚଳର ଭୌଗୋଳିକ ସ୍ଥିତି ଭାରତକୁ ସୁହାଇଲା ଭଳି । ତେଣୁ, ଯଦି ଡ୍ରାଗନ୍‌ କୌଣସି ପ୍ରକାର ଅନୁପ୍ରବେଶ ଉଦ୍ୟମ କରେ, ତେବେ ଭାରତୀୟ ସେନା ଡ୍ରାଗନକୁ ଅବିଳମ୍ୱରେ ଧରାଶାୟୀ କରିବ ।

Leave a comment