ଟିିମ୍ ପାର୍ଥ ମୁଦୁଲିି ଓ ବିିପିୟୁଟିି ଡିିପ୍ଲୋମା ଛାତ୍ର ସଂଘ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା ସହ ମାସ୍କ ଓ ଖାଦ୍ୟ ବଣ୍ଟନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା କୁ ନେଇ ଅନେକ ସଂଗଠନ ସଚେତନତା କାର୍ଯ୍ୟକ୍ରମ କରିବା ସହ ରାନ୍ଧଖାଦ୍ୟ, ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଉଛି । ଏହି ଦିଗରେ ବିିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଇଂ ପାର୍ଥସାରଥୀ ମୁଦୁଲିିଙ୍କ ପଦକ୍ଷେପ ଅତୁଳନୀୟ । ସେ ନିଜ ଟିମ ସହ କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନ ଗ୍ରସ୍ତ କରି ଜନ ସଚେତନତା କାର୍ଯ୍ୟ କରିବା ସହ ଶୁଖିିଲା ଖାଦ୍ୟ, ରନ୍ଧା ଖାଦ୍ୟ, ରକ୍ତଦାନ ଶିିବିିର, ବିିଭିିନ୍ନ ପଶୁ ପକ୍ଷୀଙ୍କୁ ଆହାର, ମାଗଣା ଆମ୍ବୁଲାନ୍ସ ସେବା, ମାସ୍କ ବଣ୍ଟନ ଆଦି କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

ସୂଚନା ଅନୁଯାୟୀ, ବିିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଇଂ ପାର୍ଥସାରଥୀ ମୁଦୁଲିିଙ୍କ ସଂଯୋଜନାରେ ଟିିମ୍ ପାର୍ଥ ମୁଦୁଲିି ଓ ଓଡିଶା ବିିପିୟୁଟିି ଡିିପ୍ଲୋମା ଛାତ୍ର ସଂଘର ଛାତ୍ର ନେତା ଇଂ ଶକ୍ତିି ପ୍ରସାଦ ରଥ, ଜଗମୋହନ ବଳିିଆରସିଂ, ଲିିଙ୍ଗରାଜ ମହାନ୍ତିି, ସୁଧାଶୁଂ ଶେଖର ପ୍ରଧାନ, ବିିପିୟୁଟି ସଭାପତିି ଜ୍ୟୋତିି ରଂଜନ ଶତପଥୀ ଓ ସାଧାରଣ ସଂପାଦକ ସିିଦ୍ଧାର୍ଥ ନାୟକଙ୍କ ଦ୍ବାରା ଭୁବନେଶ୍ବର, ପୁରୀ, ଭଦ୍ରକ, ଯାଜପୁରରେ ଶୁଖିିଲା ଖାଦ୍ୟ, ରନ୍ଧା ଖାଦ୍ୟ, ରକ୍ତଦାନ ଶିିବିିର, ବିିଭିିନ୍ନ ପଶୁ ପକ୍ଷୀଙ୍କୁ ଆହାର, ମାଗଣା ଆମ୍ବୁଲାନ୍ସ ସେବା, ମାସ୍କ ବଣ୍ଟନ ସହ କରୋନା ସଚେତନାତା କରାଯାଇଛିି।