ସୁରଟ ଫେରନ୍ତା ୩ୟ ବସ ଦୁର୍ଘଟଣା ଗ୍ରସ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁଜରାଟରୁ ଗଞ୍ଜାମ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଆଉ ଏକ ବସ ଦୁର୍ଘଟଣାଗସ୍ତ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ୨୪ଘଣ୍ଟା ମଧ୍ୟରେ ତୃତୀୟ ବସ ଦୁର୍ଘଟଣାଗସ୍ତ ହୋଇଛି । ଏହି ବସଟି କଳିଙ୍ଗାଘାଟିରେ ଦୁର୍ଘଟଣାଗସ୍ତ ହୋଇଛି ।

ସୂଚନା ଅନୁଯାୟୀ, ଏହି ବସରେ ୫୭ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ମହିଳା ଅଛନ୍ତି । ଏହି ବସର ଅଧିକାଂଶ ଯାତ୍ରୀ ସୋରଡା ଅଞ୍ଚଳର । ସମସ୍ତ ପ୍ରବାସୀ ଓଡ଼ିଆ ସୁରକ୍ଷିତ ଥିବା ଜି ଉଦୟଗିରି ଏସଡିପିଓ ଜେ କେ ବେହେରା ସୂଚନା ଦେଇଛନ୍ତି ।

ସେହିପରି ଗତକାଲି ସନ୍ଧ୍ୟାରେ କଳିଙ୍ଗାଘାଟିରେ ଗୋଟିଏ ବସ ଓଲଟି ପଡିଥିବା ବେଳେ ଆଜି ସକାଳେ ନାଗପୁର-ଅମରାବତୀ ଜାତୀୟ ରାଜପଥ ନିକଟରେ ବସ ନଂ GJ0-6ZZ9559 ଓଲଟି ପଡିଥିଲା ।

Leave a comment