ସମ୍ବଲପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଶାସନ ଥାନା ଅଞ୍ଚଳରେ ଜଣେ 11 ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଶାସନ ଥାନା ଅନ୍ତର୍ଗତ ପରମାଣପୁର ଗାଁର ଜଣେ ଓ୍ବେଲ୍ଡିଂ ମିସ୍ତ୍ରୀଙ୍କ ୧୧ ବର୍ଷ ବୟସ୍କା ନାବାଳିକା ଆଈଙ୍କ ସହ ଘରେ ଶୋଇଥିବା ବେଳେ, ବିଳମ୍ବିତ ରାତିରେ କେହି ଜଣେ ଅସାମାଜିକ ଯୁବକ ଘରର ପଛପଟ କବାଟ ଖୋଲି ଘର ଭିତରକୁ ପଶି ପୀଡ଼ିତା ନାବାଳିକାଙ୍କୁ ଉଠାଇ ନେଇଥିଲା। ପରେ ସେ ଗ୍ରାମ ଦେବୀଙ୍କ ମନ୍ଦିର ପାଖରେ ନାବାଳିକା ସହ ଦୁଷ୍କର୍ମ କରି ସେଠାରେ ତାକୁ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଭୋର୍ ସମୟରେ ପୀଡ଼ିତା ଘରକୁ ଫେରି ସବୁ କଥା କହିଥିଲେ। ପରେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ନାବାଳିକାଙ୍କ ଡାକ୍ତରୀମାଇନା ହେବା ପରେ ତାଙ୍କର ଚିକିତ୍ସା ଚାଲିଛି। ପରେ ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଶାସନ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।