ବସରେ ମହିଳା ସିଟ୍ ରେ ପୁରୁଷ ବସିଲେ ଜୋରାମାନା

0

ଓଡିଶା ଫାଷ୍ଟ( ବ୍ୟୁରୋ): ମହିଳା ମାନେ ବସରେ ଯିବା ଆସିବା ବେଳେ ବିଭିନ୍ନ ସମୟରେ ଦୁର୍ବ୍ୟବହାରର ଶିକାର ହେଉଥିବା ଅଭିଯୋଗ ଆସିଛି। ଜାଣିଶୁଣି କିଛି ବ୍ୟକ୍ତି ଆପତ୍ତି ଜମକ ସ୍ଥାନରେ ଛୁଇଁବାକୁ ଚେଷ୍ଟା କରୁଥିବା ବେଳେ ଲୁଟର ମଘଧ୍ୟ ଶିକାର ହୋଇଥାନ୍ତି। ତେଣୁ ସେମାନଙ୍କ ସୁରକ୍ଷା ପାଇଁ କମିଶନରେଟ ପୁିଲସ ଅଣ୍ଟା ଭିଡିଛି। ଏବେ ବସ୍‌ରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସିଟ୍‌ରେ ପୁରୁଷ ବସିଲେ ଦେବାକୁ ପଡିବ ଜୋରିମାନା । ଏହାସହ କଟକଣା ଅବମାନନା କଲେ ମଧ୍ୟ ଦେବାକୁ ପଡିବ ଫାଇନ୍। ମଙ୍ଗଳବାର 5ଟି ବସ୍ ମାଲିକ ସଂଘକୁ ନେଇ କମିଶନରେଟ୍ ପୁଲିସ୍‌ ତରଫରୁ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୁଲିସ୍‌ ଭବନରେ ଅନୁଷ୍ଠିତ ଏହି ବୈଠକରେ ମହିଳାଙ୍କ ସୁରକ୍ଷା ପାଇଁ ବସ୍‌ରେ ଏକ ଏମରଜେନ୍ସି ଫୋନ୍ ନମ୍ବର ରହିବ ବୋଲି ନିଷ୍ପତ୍ତି ହୋଇଛି । ଏହାସହ ଏସ୍‌ପିଓ ହ୍ୱାଟ୍ସ ଆପ୍ ଗ୍ରୁପ୍‌ରେ ଜଣେ ମହିଳା କର୍ମଚାରୀଙ୍କୁ ଆଡ୍ କରାଯିବ ।

Leave a comment