ଓଡିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟର କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ, ଚାପି ଦେବାକୁ ଉଦ୍ୟମ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟର କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଦେଖାଯାଇଛି । ବାର୍ଡ ଫ୍ଲୁ ଦେଖାଯିବା ପରେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ପକ୍ଷରୁ ବୈଠକ କରାଯାଇଛି । ତେବେ ଏହି ଖବରକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚାପିବାକୁ ଚେଷ୍ଟା କରିଥିବା ଜଣାପଡିଛି । କିଛିଦିନ ଧରି ଏହି ଫାର୍ମରେ କୁକୁଡ଼ା ମଡକ ଦେଖିବାକୁ ମିଳିଥିଲା। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଭୋପାଳକୁ ରକ୍ତ ନମୁନା ପଠାଇଥିଲେ। ସେଥିରୁ ବାର୍ଡ ଫ୍ଲୁ ପଜିଟିଭ ଆସିଛି।