ଫେବୃଆରୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେବେ ଜେପି ନଡ୍ଡା

0

ଓଡିଶା ଫାଷ୍ଟ(ବ୍ୟୁରୋ): ଜେପି ନଡ୍ଡା ଆଗାମୀ ଫେବୃଆରୀରେ ଦଳର ଦାୟିତ୍ୱ ନେଇପାରନ୍ତି ।  ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେପି ନଡ୍ଡାଙ୍କୁ ଫେବୃଆରୀ ୧୯ରେ ଦାୟିତ୍ୱ ମିଳିପାରେ । ଫେବୃଆରୀ ୧୯ ପର୍ଯ୍ୟନ୍ତ ବିଜେପିର ୮୦ ପ୍ରତିଶତରୁ ଅଧିକ ରାଜ୍ୟ ଶାଖାର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଯାଇପାରେ । ଏହା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ଗଣମାଧ୍ୟମର ସୂତ୍ର ଅନୁସାରେ ଜେପି ନଡ୍ଡା ୧୧ତମ ଅଧ୍ୟକ୍ଷ ହେବା ଏକ ପ୍ରକାର ସୁନିଶ୍ଚିତ । ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଦେଶରେ ବିଜେପିରେ ସାଂଗଠନିକ ନିର୍ବାଚନ ଜାରି ରହିଛି । ପାର୍ଟିର ସମ୍ବିଧାନ ଅନୁସାରେ ୫୦ ପ୍ରତିଶତରୁ ଅଧିକ ରାଜ୍ୟ ଶାଖାର ନିର୍ବାଚନ ହୋଇଯିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇପାରେ । ସୂଚନାଯୋଗ୍ୟ ଯେ, ଜେପି ନଡ୍ଡା ଛାତ୍ର ଜୀବନରୁ ରାଜନୀତି ସହିତ ଜଡ଼ିତ । ସେ ଛାତ୍ର ଜୀବନରେ ଅଖଳି ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହିତ ଜଡ଼ିତ ଏବଂ ସଂଗଠନର ବିଭିନ୍ନ ପଦରେ ମଧ୍ୟ ରହିଛନ୍ତି । ଜେପି ନଡ୍ଡା ପ୍ରଥମ ଥର ପାଇଁ ୧୯୮୩ରେ ହିମାଚଳ ପ୍ରଦେଶର ବିଧାନସଭାକୁ ଯାଇଥିଲେ । ଏହା ପରେ ରାଜ୍ୟ ସରକାରରେ ମନ୍ତ୍ରୀ ଓ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ ।

Leave a comment