୨୫ରେ ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର

0

ଆସନ୍ତା ୨୫ ତାରିଖରେ ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର। ସେଦିନ ସୂର୍ଯ୍ୟ ପରାଗ ପଡ଼ୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଆଜି ପୁରୀରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ମହାପ୍ରଭୁଙ୍କ ପହିଲି ଭୋଗ, ସୂର୍ଯ୍ୟ ପରାଗ ନୀତିକାନ୍ତି ନେଇ ଆଲୋଚନା ହୋଇଛି। ସୂର୍ଯ୍ୟ ପରାଗ ପୂର୍ବଦିନ ମନ୍ଦିର ରାତିସାରା ଖୋଲା ରହିବ। ଏହାସହ ପରାଗ ସ୍ପର୍ଶ ହେଲେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ। ସେହି ଅନୁସାରେ ନୀତିକାନ୍ତି ହେବ।

ନୂଆବର୍ଷକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ତାରିଖ ରାତି ୧୧ଟା ସୁଦ୍ଧା ମହାପ୍ରଭୁଙ୍କ ପହଡ଼ ପଡ଼ବ। ସେହିପରି ରାତି ୨ଟାରୁ ମନ୍ଦିର ଖୋଲାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେପଟେ ବୈଠକରେ ସୂର୍ଯ୍ୟ ପରାଗ ନେଇ ନୀତି ନିର୍ଘଣ୍ଟ ହୋଇଛି। ୨୫ ତାରିଖ ରାତି ୮ଟା ୨୦ରୁ ପାକ ତ୍ୟାଗ କରାଯିବ। ବୈଠକରେ ପୁରୀ ଜିଲ୍ଲାପାଳ, SP , ଛତିଶାନିଯୋଗ ସଭାପତି ଓ ସଂପାଦକ ଉପସ୍ଥିତ ଥିଲେ।

ଗରାବଡୁ ନିଯୋଗ ସଂପାଦକ ରଜତ କୁମାର ପ୍ରତିହାରୀ କହିଛନ୍ତି-“ଆସନ୍ତା ୨୬ ତାରିଖରେ ସୂର୍ଯ୍ୟ ପରାଗ ପଡ଼ୁଛି। ଏହା ପୂର୍ବଦିନ ରାତିତମାମ ଶ୍ରୀମନ୍ଦିର ଖୋଲା ରହିବ। ସେହି ହିସାବରେ ମହାପ୍ରଭୁଙ୍କ ନୀତିକାନ୍ତି ହେବ। ୩୧ ତାରିଖ ରାତି ୧୧ରେ ମହାପ୍ରଭୁଙ୍କର ପହୁଡ ପଡ଼ିବ। ନୂଆବର୍ଷ ଦିନ ରାତି ୨୨ଟାରେ ମହାପ୍ରଭୁଙ୍କ ପହୁଡ ଖୋଲିବ। ତା’ପରେ ଭକ୍ତମାନେ ଧାଡ଼ିରେ ଯାଇ ମାହାପ୍ରଭୁଙ୍କୁ ଦର୍ଶନ କରିପାରିବେ।”

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର କହିଛନ୍ତି-“ଆଜି ନୀତିକାନ୍ତି ଉପରେ ଆଲୋଚନା ହେଲା। ସମସ୍ତେ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।”

Leave a comment