ଭୁବନେଶ୍ୱର ଭବାନୀ ମଲରେ ବିଡିଏ ଓ ବିଏମସିର ଚଢାଉ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେଆଇନ ପାର୍କିଂ ଫି ଆଦାୟକୁ ନେଇ ତତ୍ପର ହୋଇଉଠିଛି ପ୍ରଶାସନ । ଆଜି ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ଚଢାଉ କରିଥିଲେ । ଗତକାଲି ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଗୁଡିକ ପାର୍କିଂ ଫି ନେଲେ, କାର୍ଯାନୁଷ୍ଠାନ ନିଆଯିବ ବୋଲି ବିଡିଏ ସୂଚନା ଦେଇଥିଲା ।

ମାତ୍ର ଭୁବନେଶ୍ୱର ଭବାନୀ ମଲରେ ପାର୍କିଂ ଫି ଆଦାୟ ହେଉଥିବା ଅଭିଯୋଗକୁ ଭିତ୍ତିକରି ବିଡିଏ ଓ ବିଏମସି ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଭବାନୀ ମଲରୁ ପାର୍କିଂ ରସିଦ ମେସିନ ଜବତ କରାଯାଇଛି ।