ସେକ୍ସ ରାକେଟ ଉପରେ ଚଢଉ, ୨ ଯୁବତୀ ଉଦ୍ଧାର ୨ ଗ୍ରାହକଙ୍କ ସହ ୪ ଗିରଫ

0

ଓଡିଶା ଫାଷ୍ଟ(ବ୍ୟୁରୋ): ରାୟଗଡା ସହରରେ ବଢି ଚାଲିଥିବା ସେକ୍ସ ରାକେଟ କୁ ଟାର୍ଗେଟ କରି ପୋଲିସ ଚଢ଼ାଉ କରିଛି । ସହରର ଗାୟତ୍ରୀ ନଗରରେ ଏକ ଘରେ ଚାଲିଥିବା ସେକ୍ସ ରାକେଟ ଉପରେ ଚଢ଼ାଉ କରିଛି ରାୟଗଡା ପୋଲିସ ।

ସୂଚନା ଅନୁଯାୟୀ, ଏହି ଚଢ଼ାଉରେ ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯିବ ସହ ୨ଜଣ ଗ୍ରାହକ ଓ ୨ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଗିରଫ ୨ ଯୁବକ ନବରଙ୍ଗପୁର ଜିଲ୍ଲା ଉମରକୋଟ ହୋଇଥିବା ବେଳେ ୨ ଯୁବତୀ ଅନ୍ଧ୍ରପ୍ରଦେଶର ଵୋଵିଲି ସହରର ବୋଲି ଜଣାପଡିଛି ।
ଆଜି ଗାୟତ୍ରୀ ନଗର ତୃତୀୟ ଲେନରେ ଏକ ଘରେ ସେକ୍ସ ରାକେଟ ଚାଲିଥିବା ନେଇ ପୁଲିସ ନିକଟରେ ସୂଚନା ପହଞ୍ଚିଥିଲା । ଏହାପରେ ପୁଲିସର ଏକ ସ୍ଵତନ୍ତ୍ର ଟିମ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଅସଞ୍ଜତ ଅଵସ୍ଥାରେ ଥିବା ୨ଜଣ ଯୁବକଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଏସଡିପିଓ ପ୍ରକାଶ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ବିତୀୟ ଘଟଣା। ଗତକାଲି ସଂଧ୍ୟାରେ ମଧ୍ୟ ଏଫସିଆଇ ଛକରେ ଚାଲିଥିବା ଏକ ସେକ୍ସ ରାକେଟ ଠାଵ ହୋଇଥିଲା । ସେହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା ।

Leave a comment