ଯୌନ ଶୋଷଣ ମାମଲାରେ ଗିରଫ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ

ଓଡିଶା ଫାଷ୍ଟ(ବ୍ୟୁରୋ): ଯୌନ ଶୋଷଣ ମାମଲାରେ ଗିରଫ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ । ଆଜି ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଗିରଫ କରିଛି । ସୋଶାଲ ମିଡିଆରେ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଭିଡିଓ ଭାଇରଲ ହେବା ପରେ ବିବାଦର ଘେରକୁ ଆସିଥିଲେ ସ୍ୱାମୀ ଚିନ୍ମୟାନନ୍ଦ ।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜର ଜଣେ ଛାତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ମାତ୍ର ଏହି ଅଭିଯୋଗ ପରେ ଉକ୍ତ ଛାତ୍ରୀ ନିଖୋଜ ହୋଇଯାଇଥିଲେ । ଉକ୍ତ ଯୁବତୀଙ୍କ ଅଭିଯୋଗ ମୁତାବକ, ଚିନ୍ମୟାନନ୍ଦ ତାଙ୍କ ସହ ଦୈହିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ ମାଲିସ ମଧ୍ୟ କରାଉଥିଲେ । ଏଥିରେ ଅତିଷ୍ଠ ହୋଇ ଉକ୍ତ ଯୁବତୀ ଏହାର ଏକ ଭିଡ଼ିଓ ରେକଡିଂ କରି ସୋସିଆଲ ମିଡିଆରେ ଭାଇରଲ କରିଥିଲେ । ଏହି ଭିଡ଼ିଓକୁ ଏସଆଇଟିକୁ ଏକ ପେନ୍ ଡ୍ରାଇଭ୍ ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ଗିରଫ କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।