ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଓଡ଼ିଶା ସଚିବାଳୟ ହେବ ଲୋକସେବା ଭବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋକସେବା ଭବନ ହେବ ଓଡ଼ିଶା ସଚିବାଳୟର ନାଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏହା ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ସଚିବଙ୍କ ନାମରେ ସଚିବାଳୟ ଥିବାରୁ ଏହାକୁ ନେଇ ବିରୋଧୀ ଅନେକ ସମୟରେ ଏହାକୁ ପରିବର୍ତ୍ତନ କରିବା ପାଇଁ ସ୍ୱର ଉତ୍ତୋଳନ କରି ଆସୁଥିଲେ । ସେମାନଙ୍କ ଅଭିଯୋଗ ମୁତାବକ, କେନ୍ଦ୍ରସରକାର ଯେପରି ବିଭିନ୍ନ ବିଭାଗର କାର୍ଯ୍ୟାଳୟକୁ ମନ୍ତ୍ରାଳୟ ନାମରେ ନାମିତ କରିଛନ୍ତି । ରାଜ୍ୟର ମୁଖ୍ୟ ମୁଖ୍ୟମନ୍ତ୍ରୀ ଅଟନ୍ତି । ତେଣୁ ସଚିବଙ୍କ ନାରେ କାହିଁକି ରାଜ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନାମିତ ହେବ । ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ସମ୍ମାନ ଜଣାଇ ଲୋକଙ୍କ ସେବାପାଇଁ ଏହାକୁ ଉତ୍ସର୍ଗ କରି ଲୋକସେବା ଭବନ ନାମରେ ଏହାକୁ ନାମିତ କରାଯିବାନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଘୋଷଣା କରିଛନ୍ତି ।

ସୋମବାର ଖର୍ଚ୍ଚ ଦାବି ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ବିଶ୍ୱାସ ଜିତି ଥିବାରୁ ତାଙ୍କ ଦଳ ୫ଥର ପାଇଁ ସରକାର ଗଠନ କରିବାକୁ ସମର୍ଥ ହୋଇଛି । ତେଣୁ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ ଆମେ କଠିନ ପରିଶ୍ରମ କରିବୁ । ଏହାସହ ରାଜ୍ୟରେ ଖୁବଶୀଘ୍ର ପୋଲିସ ଆଇନ କାର୍ଯ୍ୟକାରି କରିବାକୁ ସରକାର ଉଦ୍ୟମ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a comment