ମହିଳାଙ୍କ ଠାରୁ ୧୮ ଲକ୍ଷ୍ୟର ସୁନା ଜବତ

0

ଓଡିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ପୁଣି ସୁନା ଜବତ ହୋଇଛି ।
ବ୍ଯାଂକକରୁ ଭୁବନେଶ୍ୱର ଆସୁଥିବା ଜଣେ ମହିଳା ଯାତ୍ରୀଙ୍କ ଠାରୁ ପ୍ରାୟ ୫୪୫ ଗ୍ରାମର ସୁନା ଜବତ ହୋଇଛି । ସୁନା ରେ ରୁପା କୋଟିଙ୍ଗ କରି ଆଣୁଥିବା ଜଣାପଡ଼ିଛି । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୧୭ ଲକ୍ଷ୍ୟ ୮୮ ହଜାର ଟଙ୍କା ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । କଷ୍ଟମ ବିଭାଗ ମହିଳାଙ୍କୁ ଅଟକ ରଖୀ ପଚରାଉଚରା କରୁଛି।

ଘଟଣା କ୍ରମେ

ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଘଟଣା ଘଟିଛି। ଏକମାସ ମଧ୍ୟରେ ଏହାକୁ ମିଶାଇ ପଞ୍ଚମ ଥର ସୁନା ଜବତ ହୋଇସାରିଛି । ଇତିମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଥିଲା ୩୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଓ ୧୨ଲକ୍ଷ ଟଙ୍କାର ଓ ୭୦୦ ଶହ ଗ୍ରାମର ୬ଖଣ୍ଡ ସୁନା ବିସ୍କୁଟ ଏହି ସୁନାକୁ ଗ୍ରାଇଣ୍ଡଡର ଭିତରେ ଲୁଚାଇ ଆଣିଥିଲେ ଏହାର ମୁଲ୍ୟପ୍ରାୟ ୨୨ ଲକ୍ଷ ୩ହାଜର ଟଙ୍କା ।

ଭୁବନେଶ୍ୱରରେ ଆନ୍ତର୍ଜାତୀୟ ବିମାନ ବନ୍ଦର ହେବା ପରେ ଏଭଳି ଘଟଣା ବଢ଼ିବାରେ ଲାଗିଛି। ଏହି ସୁନା ରାଜଧାନୀରରୁ କେଉଁଆଡେ ଯାଉଛି ତାହା ଏଯାବତ ଜଣାପଡୁନାହିଁ । ଏନେଇ ଜନସାଧାରଣଙ୍କ ମନରେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି।

Leave a comment