ଜୁଲାଇ ୧ ତାରିଖ ଯାଏ ବିଚାର ବିଭାଗୀୟ ହାଜତରେ ରହିବେ ପାଟଣାଗଡ଼ ବିଧାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରିବା ଘଟଣାରେ ଜେଲ ଯାଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ । ବୁଧବାର ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ଆଇପିସିର ଧାରା ୩୪୧, ୩୬୩, ୩୫୫, ୫୦୦ ଏବଂ ୩୪ରେ ମାମଲା ରୁଜୁ କରାଯାଇଛି। ଏ ନେଇ ବଲାଙ୍ଗୀର ଜିଲା ଏସ୍‌ପି ଚିଠି ଲେଖି ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ନିମ୍ନମାନର ରାସ୍ତା କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସେ ରାସ୍ତା ମଝିରେ ଧରି ଉଠବସ୍‌ କରାଇଥିଲେ । ଏ ନେଇ ଯନ୍ତ୍ରୀଙ୍କ ସ୍ତ୍ରୀ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ବିଧାୟକଙ୍କୁ ଗିରଫ କରିବା ଲାଗି ଦାବି କରାଯାଇଥିଲା । ବିଧାୟକ ଏଥିଲାଗି କ୍ଷମାପ୍ରାର୍ଥନା କରିଥିଲେ ବି ତାଙ୍କୁ ପୋଲିସ ଗିରଫ କରିଛି । ତେବେ ଜେଲରେ ଗୋଟିଏ ରାତି ରହିବା ପରେ ବିଧାୟକ ମେହେର ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave a comment