ପାଟକୁରା ପାଇଁ ଜୋରଦାର ପ୍ରସ୍ତୁତି, ଖୁବଶିଘ୍ର ଘୋଷଣା ହେବ ନିର୍ବାଚନ ତାରିଖ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ବନ୍ଦ ରହିଥିବା ବେଳେ ସେହି ଆସନ ହାତେଇବା ପାଇଁ ୩ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ଉଦ୍ୟମ ଚଳାଇଛନ୍ତି । କଂଗ୍ରେସ ମଧ୍ୟ ନିର୍ବାଚନ ଜିତିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଏଠାରେ ବିଜେପି ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ ଦ୍ବିମୁଖି ଲଢେ଼ଇ ହେବ ବୋଲି ଚର୍ଚ୍ଚା ହେଉଛି ।
ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ଥିବାରୁ ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ କ୍ଷମତାକୁ ଫେରିବାପରେ ପାଟକୁରା ନିର୍ବାଚନ ବିଜେପି ଓ ବିଜେଡି ପାଇଁ ସମ୍ମାନର ଲଢେ଼ଇ ହେବ । ସେହିପରି କଂଗ୍ରେସର ଜୟନ୍ତ ମହାନ୍ତି ମଧ୍ୟ ସମର୍ଥକଙ୍କ ସହ ପ୍ରଚାର ସହ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି । ଇତିମଧ୍ୟରେ ବିଜେଡି ଦଳୀୟ ବିଧାୟକ ଓ ମନ୍ତ୍ରୀମାନଙ୍କୁ ନିର୍ବାଚନ ଦାୟିତ୍ୱ ଦେଇସାରିଛି । ନବୀନ ନିବାସରେ ବୈଠକ କରି ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିପରି ବିଜେପି ଆଜି କୋର୍ କମିଟି ବୈଠକରେ ପାଟକୁରା ସଂପର୍କରେ ଆଲୋଚନା କରିଛି । ବିଜେପିର ହେଭିୱେଟ୍ ନେତାମାନେ ମଧ୍ୟ ବିଭିନ୍ନ ବ୍ଲକ ଦାୟିତ୍ୱରେ ଏବଂ ଏମପି ଓ ବିଧାୟକମାନେ ପାଟକୁରାରେ ରହି ନିର୍ବାଚନ ପରିଚାଳନା କରିବେ ବୋଲି ଜଣାପଡ଼ିଛି । ସେପଟେ କଂଗ୍ରେସ୍ ରାଜ୍ୟସ୍ତରୀୟ ନେତାମାନେ ମଧ୍ୟ ପାଟକୁରାରେ ରହି ନିର୍ବାଚନ ପରିଚାଳନା କରିବେ ବୋଲି ଜଣାପଡିଛି ।