ଆଜି ବିଶ୍ୱ ପରିବେଶ ଦିବସ, ଫନୀ ଉଜାଡିଥିବା ସବୁଜିମା ସଜିଡିବାକୁ ପ୍ରୟାସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୯୭୩ରୁ ଜୁନ ୫କୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି ।ଚଳିତ ବର୍ଷ ବିଶ୍ବ ପରିବେଶ ଦିବସର ବିଷୟବସ୍ତୁ ରହିଛି ‘ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା’। ଶିଳ୍ପକେନ୍ଦ୍ର ବୃଦ୍ଧି, ପରିବହନ ବଢିବା ସହ ହଜାର ହଜାର ଗଛ କଟା ଯିବା ଯୋଗୁ ପରିବେଶ ଦୂଷିତ ହେବା ସଙ୍ଗେ ସଙ୍ଗେ ବାୟୁମଣ୍ଡଳ ଦୂଷିତ ହେଉଛି । ଏବେଠୁ ଏଥିରେ ରୋକ ନଲଗାଇଲେ ପରବର୍ତ୍ତୀ ପିଢ଼ି ପାଇଁ ଏହା ଖୁବ ଭୟଙ୍କର ହେବ ବୋଲି ପରିବେଶବିତ୍ ମାନେ ଉଦବେଗ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ପ୍ରତି ବର୍ଷ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ କରିଯାଇ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥାଏ । ମାତ୍ର ଚଳିତ ବର୍ଷ ବାତ୍ୟା ଫନୀ ଭୁବନେଶ୍ୱର ସମେତ ପୁରୀ ଓ ଅନ୍ୟ କେତେକ ଜିଲ୍ଲାରେ ସବୁଜିମା ପରିବେଶକୁ ସମ୍ପୂର୍ଣ୍ଣ ଧୋଇ ନେଇଛି । ରାସ୍ତା କଡ଼, ପାର୍କ, କଲୋନୀର ବାରିବଗିଚା ଆଦିରେ ବ୍ୟାପକ ଭାବେ ବୃକ୍ଷସମ୍ପଦର କ୍ଷୟକ୍ଷତି ଘଟିଛି ।