ଏହି ସପ୍ତାହର ରାଶିଫଳ(୨୧ ନଭେମ୍ବର ୨୦୨୬ ଠାରୁ ୨୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ)
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ସପ୍ତାହରେ ତୁଳସୀ ବିବାହ,ବଡ଼ଓଷା,କାର୍ତ୍ତିକ ପୂର୍ଣ୍ଣିମା,କଟକ ବାଲିଯାତ୍ରା ଆରମ୍ଭ,ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନ ଏବଂ ମାର୍ଗଶିର ମାଣବସା ଗୁରୁବାର ପ୍ରଥମପାଳି .
୧.ମେଷ -: ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ଓ ଉନ୍ନତିର ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାରରେ ସକାରାତ୍ମକ ବାତାବରଣ ରହିବ ଏବଂ ସ୍ୱାସ୍ଥ୍ୟ ସାଧାରଣ ରହିବ।
ପ୍ରତିକାର: ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ସିନ୍ଦୂର ଓ ଚମେଲି ତେଲ ଅର୍ପଣ କରନ୍ତୁ।
୨.ବୃଷ -: ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ଏବଂ ଅଟକିଥିବା କାମ ଆଗକୁ ବଢ଼ିବ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ରହିବ।
ପ୍ରତିକାର: ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ ଏବଂ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।
୩.ମିଥୁନ -: ବୁଦ୍ଧି ଓ କଥାବାର୍ତ୍ତା ଦ୍ୱାରା ବିଗିଡ଼ିଥିବା କାମ ସୁଧାରି ପାରିବେ। ବ୍ୟବସାୟରେ ନୂଆ ଯୋଜନା ଲାଭଦାୟକ ହେବ। ଯାତ୍ରା ସମୟରେ ଜିନିଷପତ୍ରର ଯତ୍ନ ନିଅନ୍ତୁ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ପ୍ରତି ସଚେତନ ରୁହନ୍ତୁ।
ପ୍ରତିକାର: ବୁଧବାର ଦିନ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ ଏବଂ ସବୁଜ ମୁଗ ଦାନ କରନ୍ତୁ।
୪.କର୍କଟ -: ମନରେ ସାମାନ୍ୟ ଚିନ୍ତା ବା ଅସ୍ଥିରତା ଦେଖାଦେଇପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ। ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବା ଦ୍ୱାରା ମାନସିକ ଶାନ୍ତି ମିଳିବ। ଆର୍ଥିକ ଦିଗରେ ସ୍ଥିରତା ଆସିବ।
ପ୍ରତିକାର: ସୋମବାର ଦିନ ଶିବଲିଙ୍ଗରେ କଞ୍ଚା କ୍ଷୀର ଓ ଗଙ୍ଗାଜଳ ଅର୍ପଣ କରନ୍ତୁ ଏବଂ “ଓଁ ନମଃ ଶିବାୟ” ମନ୍ତ୍ର ଜପ କରନ୍ତୁ।
୫.ସିଂହ -: ନେତୃତ୍ୱ ନେବାର କ୍ଷମତା ବଢ଼ିବ ଏବଂ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରଶଂସା ପାଇବେ। କ୍ରୋଧକୁ ନିୟନ୍ତ୍ରଣରେ ରଖିଲେ ସମ୍ପର୍କ ଭଲ ରହିବ।
ପ୍ରତିକାର: ପ୍ରତିଦିନ ସକାଳେ ଉଦୟ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
୬.କନ୍ୟା -: ପରିଶ୍ରମର ଉଚିତ ଫଳ ମିଳିବ। ହିସାବ-ନିକାସ ଓ କାଗଜପତ୍ର କାମରେ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଅଧିକ ଚାପ ନିଅନ୍ତୁ ନାହିଁ।
ପ୍ରତିକାର: ବୁଧବାର ଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ ଏବଂ ଅସହାୟ ପିଲାଙ୍କୁ ଶିକ୍ଷା ସାମଗ୍ରୀ ଦାନ କରନ୍ତୁ।
୭.ତୁଳା -: ସନ୍ତୁଳନ ଓ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିଲେ ସଫଳତା ମିଳିବ। କଳା, ସାହିତ୍ୟ ଓ ସୃଜନଶୀଳ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।
ପ୍ରତିକାର: ଶୁକ୍ରବାର ଦିନ ମନ୍ଦିରରେ କ୍ଷୀରି ଭୋଗ ଲଗାନ୍ତୁ ଏବଂ ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରନ୍ତୁ।
୮.ବିଛା -: ଗୁପ୍ତ ଶତ୍ରୁ ବା ବିରୋଧୀଙ୍କଠାରୁ ସତର୍କ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ବଳରେ କଠିନ ପରିସ୍ଥିତିକୁ ସହଜରେ ସାମ୍ନା କରିପାରିବେ।
ପ୍ରତିକାର: ମଙ୍ଗଳବାର ଦିନ ହନୁମାନଙ୍କୁ ଲାଲ୍ ମନ୍ଦାର ଫୁଲ ଅର୍ପଣ କରନ୍ତୁ ଏବଂ “ଓଁ କ୍ରଂ କ୍ରୌଂ ସଃ ଭୌମାୟ ନମଃ” ଜପ କରନ୍ତୁ।
୯.ଧନୁ -: ଭାଗ୍ୟର ସାଥ୍ ମିଳିବ ଏବଂ ଶିକ୍ଷା, ଉଚ୍ଚଶିକ୍ଷା ବା ଦୂରଯାତ୍ରା ସମ୍ବନ୍ଧୀୟ କାମରେ ଅଗ୍ରଗତି ହେବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଖର୍ଚ୍ଚ ଉପରେ ଟିକେ ନଜର ରଖନ୍ତୁ।
ପ୍ରତିକାର: ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ଏବଂ କପାଳରେ ହଳଦିଆ ଚନ୍ଦନ ବା ତିଳକ ଲଗାନ୍ତୁ।
୧୦.ମକର -:କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ, ଯାହାର ଫଳ ଧୀରେ ଧୀରେ ମିଳିବ। ଦାୟିତ୍ୱ ବଢ଼ିପାରେ। ଆର୍ଥିକ ଯୋଜନାକୁ ଶୃଙ୍ଖଳିତ ରଖନ୍ତୁ।
ପ୍ରତିକାର: ଶନିବାର ଦିନ ସନ୍ଧ୍ୟାରେ ଓସ୍ତ ବୃକ୍ଷ ମୂଳରେ ସୋରିଷ ତେଲର ଦୀପ ଜାଳନ୍ତୁ ଏବଂ ଶନି ଚାଳିଶା ପାଠ କରନ୍ତୁ।
୧୧.କୁମ୍ଭ -:ନୂଆ ଚିନ୍ତା ଓ ବନ୍ଧୁମାନଙ୍କ ସହଯୋଗରେ କାମ ସହଜ ହେବ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ।
ପ୍ରତିକାର: ଶନିବାର ଦିନ କଳା ରାଶି ବା କଳା ବସ୍ତ୍ର ଦାନ କରନ୍ତୁ ଏବଂ “ଓଁ ଶଂ ଶନୈଶ୍ଚରାୟ ନମଃ” ମନ୍ତ୍ର ଜପ କରନ୍ତୁ।
୧୨.ମୀନ -: ଆଧ୍ୟାତ୍ମିକ ଓ କଳାତ୍ମକ ରୁଚି ବଢ଼ିବ। ମନ ଶାନ୍ତ ରହିବ ଏବଂ ପରିବାରରେ ସୁଖଦ ପରିବେଶ ରହିବ। ଆର୍ଥିକ ନିବେଶ କରିବା ପୂର୍ବରୁ ପରିବାର ର ପରାମର୍ଶ ନିଅନ୍ତୁ।
ପ୍ରତିକାର: ଗୁରୁବାର ଦିନ କଦଳୀ ଗଛକୁ ପୂଜା କରନ୍ତୁ ଏବଂ କଞ୍ଚାକ୍ଷୀର ରେ ହଳଦୀ ପକାଇ ପବିତ୍ର ପୁଷ୍କରିଣୀ ରେ ଅର୍ପଣ କରନ୍ତୁ।
ଜ୍ୟୋତିର୍ବିଦ୍ ଅମର କେଶରୀ ସିଂହଦେଓ
ଭୁବନେଶ୍ୱର.
ମୋ – ୯୪୩୮୪୬୪୨୪୪
