ହର୍ମୁଜରେ ଭାରତୀୟ ଟ୍ୟାଙ୍କର ଉପରେ ଗୁଳିମାଡ଼
ନୂଆଦିଲ୍ଲୀ,୧୮।୪: ହର୍ମୁଜ ଦେଇ ଯାଉଥିବା ଦୁଇ ଭାରତୀୟ ଜାହାଜ ଉପରେ ଗୁଳିମାଡ଼ ହୋଇଛି। ଏହି ଫାୟାରିଂ ଇରାନର ନୌସେନା ପକ୍ଷରୁ କରାଯାଇଛି। ଏଥିରେ ଗୋଟିଏ ଭାରତୀୟ ଜାହାଜରେ ଗୁଳିମାଡ଼ ହୋଇଛି। ଏହାପରେ ଦୁଇ ଭାରତୀୟ ଜାହାଜକୁ ଅଧା ରାସ୍ତାରୁ ପଛକୁ ହଟିବାକୁ ପଡିଛି। ଏଥିରେ ଗୋଟିଏ ଭାରତୀୟ ପତାକା ଥିବା ବଡ଼ ଟ୍ୟାଙ୍କର ରହିଛି, ଯେଉଁଥିରେ ୨୦ ଲକ୍ଷ ବ୍ୟାରେଲ ତେଲ ଭରି ରହିଛି। ଶନିବାର ଇରାନ ଘୋଷଣା କରିଥିଲା ଯେ, ସେ ହର୍ମୁଜରେ ପୁଣିଥରେ କଟକଣା ଲଗାଉଛି। ଇରାନର କହିବା ଅନୁସାରେ, ଆମେରିକା ତା’ର ବନ୍ଦର ଓ ଜାହାଜ ଉପରେ କଟକଣା ଲଗାଇଥିଲା। ତେଣୁ ଏଭଳି ପଦକ୍ଷେପ ଗ୍ରହର କରିଛି। ଏହାର କିଛି ସମୟ ପରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଦୁଇଟି ଗନବୋଟ୍ ଅର୍ଥାତ ହତିଆର ଥିବା ଛୋଟ ଡଙ୍କା ଏକ ଟ୍ୟାଙ୍କର ପାଖକୁ ଆସିଥିଲା ଓ ତା’ ଉପରକୁ ଗୁଳିମାଡ଼ କରିଥିଲା।
ବ୍ରିଟେନ ମିଲିଟରୀ ୟୁକେ ମେରିଟାଇମ୍ ଟ୍ରେଡ୍ ଅପରେସନ୍ ସେଣ୍ଟର କହିଛି, ଯେଉଁ ଟ୍ୟାଙ୍କର ଉପରକୁ ଗୁଳି ଚଳାଯାଇଥିଲା, ସେମାନେ ଏହାର କ୍ରୁ ଅର୍ଥାତ ଜାହାଜର ଷ୍ଟାଫଙ୍କୁ ସୁରକ୍ଷିତ ରଖିଛି। ତେବେ ସେ ଏହି ଜାହାଜର ନାଁ କିମ୍ବା ତାହା କେଉଁଠାରୁ ଆସିଛି, ତାହା କହିନାହିଁ। କିନ୍ତୁ ଏଭଳି ଖବର ରହିଛି ଯେ, ତା’ ଭିତରକୁ ଗୋଟିଏ ଭାରତର ଜାହାଜ ରହିଛି।
ଟ୍ୟାଙ୍କର ଟ୍ରେକର୍ସ ନାମକ ଏକ ୱେବସାଇଟ୍ ଯାହାକି ସମୁଦ୍ରରେ ଜାହାଜର ଲୋକେସନ୍ ଟ୍ରାକ୍ କରିଥାଏ, ସେ କହିସଛି ଯେ, ଦୁଇ ଭାରତୀୟ ଜାହାଜ ହର୍ମୁଜର ଦେଇ ଯିବାର ଚେଷ୍ଟା କରୁଥିଲା। ଗୁଳିମାଡ଼ ଖବର ଆସିବା ମାତ୍ରେ ଦୁଇଟି ଜାହାଜ ନିଜର ରାସ୍ତା ବଦଳାଇ ଫେରି ଯାଇଥିଲା। ଏଥିରେ ଗୋଟିଏ ଭାରତୀୟ ପତାକା ଥିବା ବହୁତ ବଡ଼ ଟ୍ୟାଙ୍କର ଥିଲା। ଏଥିରେ ଇରାକୁ କିଣା ଯାଇଥିବା ୨୦ ଲକ୍ଷ ବ୍ୟାରେଲ୍ ତେଲ ଥିଲା।
ଦୁଇ ଭାରତୀୟ ଜାହାଜ ଉପରେ ଆକ୍ରମଣ ଘଟଣାକୁ ଗମ୍ଭୀରତାର ସହ ନେଇଛି ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ। ଏଥିପାଇଁ ଇରାନ ରାଷ୍ଟ୍ରଦୂତଙ୍କୁ ସମନ ପଠାଇଛି। ସୁତ୍ର ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟ ହୋର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରିଛି। ଏହି ମାମଲାରେ ମନ୍ତ୍ରଣାଳୟ ଇରାନ ରାଷ୍ଟ୍ରଦୂତ ଡକ୍ଟର ମହମ୍ମଦ କଥଲିଙ୍କୁ ଜବାବ୍ ତଲବ କରି ଔପଚାରିକ ବିରୋଧ ପ୍ରକାଶ କରିଛି। ଜାହାଜର ଟ୍ୟାଙ୍କରରେ ପ୍ରାୟ ୨୦ ଲକ୍ଷ ବ୍ୟାରେଲ ତେଲ ଲଦା ହୋଇଥିଲା। ଘଟଣା ପରେ ସେଠାରେ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଛି।
ଉଲ୍ଲେଖନୀୟ ଯେ, ହର୍ମୁଜରେ ପୁଣିଥରେ ବିବାଦ ବଢିଛି। ଇରାନ ସ୍ପଷ୍ଟ କରିଛି ଯେ, ତା ଅନୁମତି ବିନା କୌଣସି ଜାହାଜ ଏହି ବାଟ ଦେଇ ଯାଇ ପାରିବନି। ଆମେରିକା ପକ୍ଷରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଜବାବ୍ ଆସିନାହିଁ। ବୁଧବାର ୨୨ ଏପ୍ରିଲରେ ଦୁଇ ସପ୍ତାହର ଅସ୍ତ୍ରବିରତି ଶେଷ ହେବାକୁ ଯାଉଛି। ଯଦି ସେ ପର୍ଯ୍ୟନ୍ତ କୌଣସି ଚୁକ୍ତି ନହୁଏ ତେବେ ସ୍ଥିତି ଆହୁରି ବିଗିଡିପାରେ ଓ ଦୁନିଆର ତୈଳ ଭଣ୍ଡାର ଉପରେ ପ୍ରଭାବ ପଡିପାରେ।