ଜାତୀୟ ରାଜନୀତି ଖେଳ-ଓଡ଼ିଶା ପାଇଁ କାଳ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ): ଓଡ଼ିଶା ରାଜନୀତି ୨୦୨୬ ରେ ଘଟଣାବହୁଳ ହେବାକୁ ଯାଉଅଛି । ୨୦୨୫ ରେ ଘଟିଥିବା ଘଟଣା ଏହା ସ୍ପଷ୍ଟ ସୂଚନା ଦେଉଛି । ଏହି ଖବର ଲେଖାହେଲା ବେଳକୁ ରାଜ୍ୟ ବିଜେପି ନିଜର ପଦାଧିକାରୀ ଘୋଷଣା କରିସାରିଛି, କେନ୍ଦ୍ର ବିଜେପି ନିଜର କାର୍ଯ୍ୟକାରି ସଭାପତି ଘୋଷଣା କରିସାରିଛି । ସେହିପରି ବିଜେଡି ର ଏକଦା ଟାଣୁଆ ନେତା ତଥା କୋର ଗ୍ରୁପର ନେତା ଭାବେ ପରିଚିତ ହେଉଥିବା ପ୍ରଣବ ବଳବନ୍ତ ରାୟ ସମର୍ଥକ ଙ୍କ ଉପରେ ନିର୍ଧୁମ ମାଡ ହୋଇଛି ଏବଂ ବିଧାନସଭା ରେ ନବୀନ, ପାଣ୍ଡିଆନ ଗୋଷ୍ଠୀ ଏବଂ ପୁରୁଣା ଜନତା ଦଳ ଗୋଷ୍ଠୀ ମଧ୍ୟରେ ମଧ୍ୟ ବିବାଦ ହୋଇଛି । ତେଣୁ ଆଗାମୀ ଦିନରେ ଓଡ଼ିଶା ରାଜନୀତି ୨୦୨୬ରେ ଘଟଣା ବହୁଳ ହେବାକୁ ଯାଉଛି ତାହା ସ୍ପଷ୍ଟ ହୋଇଯାଉଛି ।
ହେଲେ ଆଜିର ଆମର ଚଳିତ ସପ୍ତାହ ର ତଥ୍ୟ ଅତ୍ୟନ୍ତ ରୋଚକ । ଓଡ଼ିଶା ଏକ ରାଜନୈତିକ ପଡିଆ ହୋଇଛି ଦୁଇ କେନ୍ଦ୍ର ମନ୍ତ୍ରୀ ଙ୍କ ଲଢେଇ ପାଇଁ । ଭାରତୀୟ ରାଜନୀତି ରେ ଏକ ନମ୍ବର ବୋଲାଉ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ନମ୍ବର ଅମିତ ଶାହା । ଏଠାରେ ତିନି ନମ୍ବର ବ୍ୟକ୍ତି ଜଣକ କିଏ ? ଏହି କିଛି ମାସ ହେବ ଦେଖୁଥିବେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ବୈଠକ ଠାରୁ ଆରମ୍ଭ କରି କର୍ପୋରେଟ ଲବି ର ଏକ ନୂଆ ଚେହେରା ହୋଇ ଉଭା ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ । ନୂଆ ଚେହେରା କହିଲେ ତ ଭୁଲ ହେବ ଆଗକୁ ବହୁତ ସେ ଦୃଶ୍ୟମାନ ହେଉଛନ୍ତି । ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ବ୍ରିଫିଙ୍ଗ କରୁଛନ୍ତି । ରାଜନୀତି ରେ ନମ୍ବର ଟୁ ଧୀରେ ଧୀରେ ତାଙ୍କର ପକ୍ଷ ଛେଦନ ହେଉଛି । ଅଶ୍ୱିନୀ ବୈଷ୍ଣବଙ୍କ ପତିଆରା ବଢୁଛି । କାରଣ ଆମ ରାଜନୀତି ହେଉଛି ପୁରା କର୍ପୋରେଟ ସେଣ୍ଟ୍ରିକ ବା ବ୍ୟବସାୟିକ ରାଜନୀତି । ଯାହାର ମୂଳ ସୂତ୍ରଧର ହେଉଛନ୍ତି ଅଶ୍ୱିନୀ ବୈଷ୍ଣବ ।
ସେହି ଅଙ୍କରେ ଓଡ଼ିଶାର ଅଶ୍ୱିନୀ ବୈଷ୍ଣବ ମଇନିଂ ଲିଙ୍କ ପ୍ରଭାକରନଙ୍କ ଲବି ଦ୍ୱାରା ହିଁ ମୋହର ମରାଯାଇଥିବାରୁ ମୋହନ ମାଝୀ ଆଜି ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଛନ୍ତି । ଆଉ ମୋହନ ମାଝୀଙ୍କୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ପିଏମଓ ଏବଂ ବିଶେଷ କରି ଅଶ୍ୱିନୀ ବୈଷ୍ଣବ ଲାଗିପଡିଛନ୍ତି । ଦିଲ୍ଲୀରେ ତାଙ୍କ ବଙ୍ଗଳା ଠାରୁ ଆରମ୍ଭ କରି ହେଉ, ତାଙ୍କର ମନ୍ତ୍ରୀ ମଣ୍ଡଳ ଏବଂ ଦଳ କେମିତି ଠିକରେ ରହିବ ବା ତାଙ୍କ ହିସାବରେ ରହିବ । ମୋହନ ଏବଂ ମନମୋହନ ଗୋଷ୍ଠୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଡିଜାଇନ ହେଉଛି । ଅଶ୍ୱିନୀ ବୈଷ୍ଣବ ଙ୍କ କେନ୍ଦ୍ର ରେ ଶୀତଳ ଯୁଦ୍ଧ ଚାଲିଛି ଅମିତ ଶାହାଙ୍କ ସହିତ । ଅଶ୍ୱିନୀ ବୈଷ୍ଣବ ଙ୍କ ଗୋଟି ଓଡ଼ିଶା ରେ ହୋଇଛନ୍ତି ମୋହନ ମାଝୀ ଏବଂ ଅମିତ ଶାହା ଙ୍କ ଗୋଟି ପୁରୁଣା ଗୋଷ୍ଠି ଯାହା ସମସ୍ତ ଙ୍କୁ ଜଣା ସେ ହେଲେ ଧର୍ମେନ୍ଦ୍ର ପ୍ରଧାନ । ଆପଣ ଦେଖୁଥିବେ ବିଜେପି ର ଯେଉଁ ପ୍ରଭାରୀ ବଣ୍ଟା ଯାଇଛି ଏମିତି ବଣ୍ଟା ଯାଇଛି ଯେମିତି ଧର୍ମେନ୍ଦ୍ର ଭଲ ଥିବା ଜାଗାରେ କାଳିନ୍ଦୀ ସାମଲଙ୍କୁ ଏବଂ ଗୋଲାକ ମହାପାତ୍ରଙ୍କୁ । ଯେଉଁଠି ମୋହନଙ୍କ ଜିଲ୍ଲା ସେଠାରେ ମୋହନ ଙ୍କ ଯିଏ ନିକଟତର ତାଙ୍କୁ ଏହିପରି ଭାବରେ ପ୍ରଭାରୀ ନିଯୁକ୍ତ କରାଯାଇଛି ।
କାହାକୁ କାହାକୁ ନିଜ ନିଜ ଜିଲ୍ଲାରେ ସୀମିତ କରିଦିଆଯାଇଛି । ଧର୍ମେନ୍ଦ୍ର ଙ୍କ ଯେଉଁ ଦିନ ଜନ୍ମଦିନ ଥିଲା ତାଙ୍କୁ ସମ୍ବଲପୁର ର ସାଂସଦ ଓ କେନ୍ଦ୍ରମନ୍ତ୍ରୀ କହି ଶୁଭେଚ୍ଛା ଜଣାଇଥିଲେ ମୋହନ ମାଝୀ । ତେଣୁକରି ବିଜେପିର କ୍ଷମତା ଅଳିନ୍ଦ ଭିତରେ ଧର୍ମେନ୍ଦ୍ର ମୋହନ ଙ୍କର ଯେଉଁ ଶୀତଳ ଯୁଦ୍ଧ ଦେଖାଯାଉଛି ତାହା ପଛରେ ପ୍ରକୃତରେ ରହିଛି ଦୁଇ କେନ୍ଦ୍ରମନ୍ତ୍ରୀଙ୍କର ଲଢେଇ । ଜଣେ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ଦୁଇ ନମ୍ବର ଅମିତ ଶାହା ତିନି ନମ୍ବର କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ଅଶ୍ୱିନୀ ବୈଷ୍ଣବ । ଆଉ ଅଶ୍ୱିନୀ ବୈଷ୍ଣବ ଖୁବ ଜୋରରେ ଦୁଇ ନମ୍ବର ଆଡକୁ ଗତି କରୁଛନ୍ତି । କାରଣ ବିଜେପିର ଇତି ମଧ୍ୟରେ କାର୍ଯ୍ୟକାରୀ ସଭାପତି ନିତିନ ନବୀନ ନିଯୁକ୍ତ ହୋଇଛନ୍ତି ଜାତୀୟ ସ୍ତରରେ । ଆଗାମୀ ଦିନରେ ବିଜେପିର ସଭାପତି କିଏ ହେବ ତା ନେଇକି ମଧ୍ୟ ଚର୍ଚ୍ଚା ଜାରି ରହିଛି ।
ହୁଏତ ଏଖବର ନେଲାବେଳକୁ କିଛି ନିଷ୍ପତ୍ତି ନିଆଯାଇଥାଇପାରେ ବା ନ ନିଆଯାଇଥାଇପାରେ । ଯାହା କିଛି ସୂଚନା ଅଛି ଆରଏସଏସର ଗୋଟେ ବଡ ଲବି ସଞ୍ଜୟ ଯୋଶୀ ଙ୍କୁ ଯେନ ତେନ ପ୍ରକାରେନ ସଙ୍ଗଠନ ଭିତରକୁ ଆଣି ବିଜେପି ର ରାଷ୍ଟ୍ରୀୟ ସଭାପତି କରିବାକୁ ଚାହୁଁଛନ୍ତି । କିନ୍ତୁ ଯାହାକୁ ମୋଦି ଙ୍କ ଗ୍ରୁପ ବା ମୋଦି ଙ୍କ କୋଟାରୀ ଅଗ୍ରାହ୍ୟ କରୁଛି । ଏମିତି ବି କଥା ହୋଇଛି ଯଦି ମୋଦି ସଞ୍ଜୟ ଯୋଶୀଙ୍କୁ ରାଜି ନହୁଅନ୍ତି ବିଜେପିର ସଭାପତି କରିବାପାଇଁ ତେବେ ତାଙ୍କୁ ଆରଏସଏସ ର ଏକ ପ୍ରମୁଖ ପଦରେ କିମ୍ବା ମୋହନ ଭାଗବତ ନିଜେ ଅବ୍ୟାହତି ନେଇ ସଞ୍ଜୟ ଯୋଶୀ ଙ୍କୁ ଆରଏସଏସ ପଦରେ ଅଧିଷ୍ଠିତ କରିବା ପାଇଁ କେତେଜଣ ଦାବି କଲେଣି । କାରଣ ଦଳଠୁ କୌଣସି ବ୍ୟକ୍ତି ଅଧିକା ହେଉଛନ୍ତି ବା ସଙ୍ଗଠନ ଠାରୁ ଅଧିକା ହୋଇଯାଉଛନ୍ତି । ତେଣୁ ମୋଦି, ଶାହା ଙ୍କର ଯେଉଁ ଏକ ନାୟକତ୍ୱ ରହିଛି ଦଳର ସଙ୍ଗଠନ ଉପରେ ତାକୁ ଚେକ ଦେବାକୁ ପଡିବ । ଯାହାକୁ ଚିନ୍ତା କରୁଛି ଆର ଏସ ଏସ । କିନ୍ତୁ ଘଟଣା ଚକ୍ର ରେ କ୍ଷମତା ରେ ରହିବାକୁ ହେଲେ ମୋଦିଙ୍କ ଚେହେରା ଆଗରେ ରହିବ ।
କାରଣ ମୋଦି ୪୦୦ ପାଆନ୍ତୁ କି ୩୦୦ କି ୨୪୦ ପାଆନ୍ତୁ ତାହା ମୋଦି ଙ୍କ ନାମରେ ହିଁ ହେଉଛି । ମୋଦି ହିଁ ବିଜେପି, ବିଜେପି ହିଁ ମୋଦି ହୋଇଯାଇଛି । ତେଣୁ ମୋଦି ତାଙ୍କର ଦୁଇ, ତିନୋଟି ପ୍ରାର୍ଥୀ ରଖିଛନ୍ତି ସଭାପତି ପାଇଁ । ତାଙ୍କର ଏକ ନମ୍ବର ଚଏସ ହେଲେ ମନୋହର ଲାଲ ଖଟ୍ଟର ଦୁଇ ନମ୍ବର ରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ତିନି ନମ୍ବର ଚଏସ ରେ ଅଛନ୍ତି ଭୁପେନ୍ଦ୍ର ଯାଦବ ଏବଂ ଚାରି ନମ୍ବର ଚଏସ ରେ ଅଛନ୍ତି ପ୍ରହ୍ଲାଦ ଯୋଶୀ । କିନ୍ତୁ ଏହିସବୁ ଭିତରେ ଆଉ ଦୁଇ ତିନିଜଣଙ୍କ ନା ଯିଏ କୌଣସି ଗୋଷ୍ଠିର ନୁହଁନ୍ତି, ନିର୍ବିବାଦୀୟଙ୍କ ନା ମଧ୍ୟ ଚର୍ଚ୍ଚା ହେଉଛି । ସେମାନଙ୍କ ମିଶ୍ରିତ ଭାବମୂର୍ତି ତାହାମଧ୍ୟ ମୋଦି ଙ୍କୁ ଖଟକା ଲାଗୁଛି । ସେମାନେ ହେଲେ ବସୁନ୍ଧରା ରାଜେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜସ୍ଥାନ, ଶିବରାଜ ସିଂ ଚୌହାନ ବର୍ତ୍ତମାନ ର କୃଷି ମନ୍ତ୍ରୀ ତଥା ମଧ୍ୟପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ । ଏହିପରି ଭାବରେ ଏଯେଉଁ ଶୀତଳ ଯୁଦ୍ଧ ଚାଲିଛି ତାହା ବହୁ ମାତ୍ରାରେ ଓଡ଼ିଶା ରାଜନୀତି କୁ ପ୍ରଭାବ କରିବ । ଯଦି ଶାହା ଙ୍କର ଦମ କମିଯାଏ କେନ୍ଦ୍ର କ୍ୟାବିନେଟ ରେ ତେବେ ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ଏବଂ ତାଙ୍କର ଯେଉଁ ସଙ୍ଗଠନରେ ପତିଆରା ରହିଛି ତାହା ମଧ୍ୟ ଧୀରେ ଧୀରେ ହ୍ରାସ ହେବ ।
ତେଣୁ ଧର୍ମେନ୍ଦ୍ର ୨୦୨୬ ର ପ୍ରଥମାର୍ଦ୍ଧ ରେ ଯେନେ ତେନେ ପ୍ରକାରେନ ରାଜ୍ୟ କ୍ଷମତା ରାଜନୀତି ର ସର୍ବଶ୍ରେଷ୍ଠ ଆସନ ମୁଖ୍ୟମନ୍ତ୍ରୀ ପଦ ହାତେଇବା ପାଇଁ ସବୁ ଚେଷ୍ଟା କରିବେ । ସେହିପରି କର୍ପୋରେଟ ସ୍ୱାର୍ଥ କୁ ଗୁରୁତ୍ୱ ଦେବାକୁ ଯାଇ ଖଣି ସମ୍ପର୍କିତ ଯାହାସବୁ ନିଷ୍ପତ୍ତି ନିଆଯାଇଛି ତାହାକୁ ପ୍ରଥମାର୍ଦ୍ଧରେ କାର୍ଯ୍ୟକାରୀ କରିବାକୁ, ସୁରୁଖୁରୁରେ କାର୍ଯ୍ୟ କରିବାକୁ ଘରୋଇକରଣ କରିବାପାଇଁ ଅଶ୍ୱିନୀ ବୈଷ୍ଣବ ମଧ୍ୟ ନିଜ ଅଣ୍ଟା ଭିଡିବେ । ତେଣୁ ଆଗକୁ ଦେଖିବାକୁ ରହିଲା ଏ କର୍ପୋରେଟ ଲଢେଇ ବିଜେପି ର ଆଭ୍ୟନ୍ତରୀଣ ଲଢେଇ ରେ ଓଡ଼ିଶାବାସୀ କଣ ପାଉଛନ୍ତି । କେତେ ଲାଭ ପାଉଛନ୍ତି ନା କେତେ କ୍ଷତି ହେଉଛି ।