ମୋବାଇଲ ପାଇଁ ମନ୍ତ୍ରୀ, ବିଧାୟକ ହରଡ଼ଘଣାରେ

0

ଓଡିଶା ଫାଷ୍ଟ(ବ୍ୟୁରୋ):ପୂର୍ବରୁ ବିଧାନସଭା ଗୃହରେ ମୋବାଇଲ ଫୋନ କୁ ନେଇ ବିଧାୟକମନେ ହରଡ଼ଘଣାରେ ପଡିଥିବା ବେଳେ ଆଜି ପୁଣି ରାଜସ୍ବ ମନ୍ତ୍ରୀ ଏବଂ କିଛି ବିଧାୟକଙ୍କ ଫୋନ ବାଯିବାକୁ ନେଇ ବାଚସ୍ପତି ଖପ୍ପା ହୋଇଛନ୍ତି।

ଆଜି ଗୃହରେ ରାଜସ୍ବ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳ କିଛି ମନ୍ତ୍ରୀ ଓ ବିଧାୟକଙ୍କ ଫୋନ ବାଯିବାକୁ ନେଇ ବାଚସ୍ପତି ଖପ୍ପା ହେବା ସହ ବିଧାୟକ ମାନଙ୍କୁ ଗୃହକୁ ମୋବାଇଲ ଆଣିବାକୁ ବାରଣ କରିଥିଲେ । ଯଦି କେହି ସଦସ୍ୟ ମୋବାଇଲ ଆଣୁଛନ୍ତି ତାକୁ ସାଇଲେଣ୍ଟ ମୋଡ଼ କିମ୍ବା ସ୍ୱିଚଅଫ କରିବାକୁ ନିର୍ଦେଶ ଦେଇଥିଲେ।

ଏହା ସତ୍ୱେ କଣ୍ଟାବାଞ୍ଝି ବିଧାୟକ ନିଜର ବିବୃତ୍ତି ରଖିବା ସମୟରେ ତାଙ୍କ ମୋବାଇଲ ଘୁଂଉ ଘୁଂଉ ହୋଇ ବାଜିଉଠିବାରୁ ବାଚସ୍ପତି ମାର୍ଶାଲଙ୍କୁ ପଠାଇ ତାଙ୍କ ମୋବାଇଲ ନେଇଥିଲେ।

Leave a comment