ବିଜେପି ଟାର୍ଗେଟରେ ଓଡ଼ିଶା: ୧୬ ରେ ମୋଦି, ୧୭ରେ ପୁଣି ଆସିବେ ଶାହା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ । ସମ୍ବଲପୁର ଜିଲା ହୀରାକୁଦ ରୋଡ ଲୋରପଙ୍କଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ନରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡିଆଠାରେ ବିଜୟ ସଂକଳ୍ପ ସଭାରେ ଯୋଗଦେବା ସହ ରୋଡ ଶୋ’ ର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ସେହିପରି ଆସନ୍ତା ୧୭ ତାରିଖରେ ବିଜେପୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଣି ଥରେ ଓଡ଼ିଶା ଆସିବେ । ସେହି ସମୟରେ ସେ ଢେଙ୍କାନାଳ ଗସ୍ତ କରିବେ । ଢେଙ୍କାନାଳ ମହିଷାପାଟ ନୂଆ ବସଷ୍ଟାଣ୍ଡଠାରେ ଏବଂ ବଡମ୍ବା ଟେନିସ ପଡିଆଠାରେ ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave a comment