ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ୫ଟି ସଚିବ, ବୁଲି ଦେଖିଲେ ସ୍ମାର୍ଟ କ୍ଲାସ୍‌

0

ଗଞାମ ଜିଲ୍ଲାରେ ଆରମ୍ଭ ହେବ ସ୍ମାର୍ଟ କ୍ଲାସ୍ । ଛାତ୍ର ଛାତ୍ରୀଙ୍କୁ ଭିନ୍ନ ଶୈଳୀରେ ଶିକ୍ଷା ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟ ସରକାର ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଜିଲ୍ଲା ରେ ମଧ୍ୟ ବିଭିନ୍ନ ସ୍କୁଲରେ ଏହାର ପ୍ରସ୍ତୁତି ଚାଲିଛି । କେମିତି ରହିଛି ସ୍ଥିତି ଏହାର ଅନୁଧ୍ୟାନ ପାଇଁ ଆଜି ୫ଟି ସଚିବ ଭି .କାର୍ତ୍ତିକେୟନ୍ ପାଣ୍ଡିଆନ୍ ହିଞିଳି ବ୍ଳକ୍ ଅଞ୍ଚଳ ଗସ୍ତ କରିଛନ୍ତି ।

ଆଜି ଏବଂ ଆସନ୍ତା କାଲି ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଅଛନ୍ତି ୫ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ । ଆଜି  ହିଞିଳି ବ୍ଳକର ବିଭିନ୍ନ ସ୍କୁଲ ଗସ୍ତ କରି ସ୍ମାର୍ଟ କ୍ଲାସ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭାବନ୍ଧ, କଞ୍ଚୁରୁ, ଦୟାପଲ୍ଲୀ ପ୍ରମୁଖ ଅଞ୍ଚଳର ସ୍କୁଲ ଗସ୍ତ କରି କ୍ଲାସରୁମ୍, ଇ-ଲାଇବ୍ରେରୀ, ସ୍କୁଲ କ୍ୟାମ୍ପସ୍ ପ୍ରଭୃତି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଛାତ୍ରଛାତ୍ରୀ ଓ ଶିକ୍ଷକ,  ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ସ୍ମାର୍ଟ କ୍ଲାସର ରୂପରେଖ ସଂପର୍କରେ ପଚାରି ବୁଝିଛନ୍ତି । ସ୍କୁଲର ଶୈକ୍ଷକ ପରିବେଶ ଓ ସ୍ମାର୍ଟ କ୍ଲାସ୍ ନିଶ୍ଚିତ ଭାବେ ଆଗ୍ରହ ସୃଷ୍ଟି କରିଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ। ଏଭଳି ଶିକ୍ଷା ପଦ୍ଧତି ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଫଳପ୍ରଦ ହେବା ଆଶା ରଖିଛନ୍ତି ଶିକ୍ଷକ ।

Leave a comment