‘ମାଉଣ୍ଟ ଏଲ୍‌ବ୍ରସ୍‌’ ଶିଖରରେ ତ୍ରିରଙ୍ଗା ପତାକା ଉଡ଼ାଇଲେ ୩ ଓଡ଼ିଆ

0

୩ ଜଣ ଓଡ଼ିଆ ପର୍ବତାରୋହୀ ୟୁରୋପ୍‌ ଓ ରୁଷର ସର୍ବୋଚ୍ଚ ଗିରିଶୃଙ୍ଗ ‘ମାଉଣ୍ଟ ଏଲ୍‌ବ୍ରସ୍‌’ ଶିଖରରେ ପହଞ୍ଚି ରାଜ୍ୟ ଓ ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେମାନେ ହେଲେ ଚିନ୍ମୟ ସିଂହ, ଶ୍ରୀକାନ୍ତ ଖୁଣ୍ଟିଆ ଏବଂ ଡା. ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା । ମାଉଣ୍ଟ ଏଲ୍‌ବ୍ରସର ଉଚ୍ଚତା ସମୁଦ୍ର ପତନଠୁ ୫,୬୪୨ ମିଟର ବା ୧୮,୫୧୦ ଫୁଟ୍‌ । ବହୁ ବାଧାବିଘ୍ନରେ ୩ ଓଡ଼ିଆ ସେଠାରେ ପହଞ୍ଚି ଜାତୀୟ ପତାକା ଉଡ଼ାଇଥିଲେ । ଶ୍ରୀ ଜଗନ୍ନାଥଙ୍କ ପତାକା ମଧ୍ୟ ଉଡ଼ାଇଥିଲେ ।

Leave a comment