ଗୁହାଳ ଭୁଶୁଡି ଦୁଇ ଗୋରୁ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁହାଳ ଭୁଶୁଡି ଦୁଇ ଗୋରୁ ମୃତ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅଧିନ ଗରଡ଼ିହି ପଞ୍ଚାୟତ ଚାନ୍ଦିନୀପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ‘ୟାସ୍’ ବାତ୍ୟା ପ୍ରଭାବରେ ବହୁ ଚାଳ ଛପର ଉଡିଯାଇଥିବା ବେଳେ ଅନେକ ଘର ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା । ଚାନ୍ଦିନୀପୁର ଗ୍ରାମର କରୁଣାକର ମଣ୍ଡଳଙ୍କ ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ଓଦା ହୋଇଥିବା ବେଳେ ଆଜି ଭୋର ସମୟରେ କାନ୍ଥ ପଡିଯିବାରୁ ଗୁହାଳଟି ମାଟିରେ ମିଶି ଯାଇଛି । କାନ୍ଥ ତଳେ ଚାପି ହୋଇ ଦୁଇଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ହୋଇଛନ୍ତି । ତେବେ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ପ୍ରଶାସନ ତରଫରୁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a comment