ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବେଳେ ଜାରି ରହିବ ୧୪୪ ଧାରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିନା ଭକ୍ତ ଏବଂ କୋଭିଡ କଟକଣା ମଧ୍ୟରେ ପାଳିତ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ନରେନ୍ଦ୍ର ପୁଷ୍କରିଣୀ ଚତୁର୍ପାର୍ଶ୍ୱରେ ଜାରି ରହିବ ୧୪୪ ଧାରା । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଛତିସା ନିଜୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବୈଠକରେ ପୁରୀ କଲେକ୍ଟର ଶ୍ରୀ ସମରଥ ଭର୍ମା, ଏସପି ଡକ୍ଟର କାନୱାର ବିଶାଲ ସିଂ, ମନ୍ଦିର ଅଧିକାରୀ ଏବଂ ନିଜୋଗ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ନୀତିକାନ୍ତି ପାଇଁ କେବଳ ୫୦ ପାଳିଆ ସେବାୟତଙ୍କୁ ପ୍ରବେଶ ଅନୁମତି ମିଳିବ । ଚଳିତବର୍ଷ ଅକ୍ଷୟାତୃତୀୟ ନୀତି ପାଳିତ ହେବ ନାହିଁ । ଚନ୍ଦନ ଯାତ୍ରାର ସିଧା ପ୍ରସାରଣ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଛି ।

Leave a comment