୧୧ ଇରାକୀ ଯୋଦ୍ଧାଙ୍କୁ ହତ୍ୟା କଲା ଆଇଏସ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଇଏସ୍ ଆତଙ୍କବାଦୀମାନେ ଶନିବାର ଇରାକର ତିକ୍ରିତ୍ ସହରରେ ୧୧ ଜଣ ସରକାରୀ ଯୋଦ୍ଧାଙ୍କୁ ହତ୍ୟା କରିଛନ୍ତି। ଇରାକ ସରକାରଙ୍କ ଦ୍ୱାରା ପରିଚାଳିତ ‘ହାସେଦ୍ ଅଲ୍ ସାବି’ ବାହିନୀର ଏହି ନିହତ ଯୋଦ୍ଧାଙ୍କ ମଧ୍ୟରେ ଜଣେ ବ୍ରିଗେଡ କମାଣ୍ଡର ସାମିଲ ଥିବା ଜଣାପଡିଛି। ଦୁଇଦିନ ପୂର୍ବେ ଇରାକରେ ଆଇଏସ୍ ଆତଙ୍କବାଦୀଙ୍କ ଦ୍ୱାରା ସଂଗଠିତ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୩୨ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା।

Leave a comment