ରୋଷେଇ କରୁଥିବାବେଳେ ସିଲିଣ୍ଡରରୁ ଲାଗିଲା ନିଆଁ : ଜଳିଗଲେ ୨ ଶିଶୁ କନ୍ୟା, ଜଣେ ଆହତ

0

ଓଡ଼ିଶା ଫାଷ୍ଟ,(ବ୍ୟୁରୋ): ଉତ୍ତରପ୍ରଦେଶ ଆଜାମଗଡରେ ଅଭାବନୀୟ ଘଟଣା। ରୋଷେଇ କରୁଥିବାବେଳେ ଏଲପିଜି ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ। ଫଳରେ ଗୋଟିେ ପରିବାରର ୨ ଶିଶୁ କନ୍ୟା ପୋଡିଯିବାରୁ ତାଙ୍କର ଜୀବନ ଚାଲିଯାଇଛି। ତେବେ ଅନ୍ୟ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଯାହାର ଚିକିତ୍ସା ସ୍ଥାନୀୟ ହସ୍ପିଟାଲରେ ଚାଲିଛି। ସୂଚନାଯୋଗ୍ୟ ଯେ, ଅହରୁଲା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଇମାମଗଡ ଗ୍ରାମର ମାଧୁରୀ ନାମକ ଜଣେ ମହିଳା ରବିବାର ଗ୍ୟାସରେ ରୋଷେଇ କରୁଥିଲେ।
ରୋଷେଇ ବସି ସେ ପାଣି ପାଇଁ ପାଇବାକୁ ଯାଇଥିଲେ। ପରେ ଗ୍ୟାସ ପାଇପ୍‌ରେ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଫଳରେ ଘରେ ଥିବା ମହିଳାଙ୍କ ୩ ଝିଅ ନିଆଁର ଆଁରୁ ବର୍ତ୍ତି ପାରିନଥିଲେ। ଝିଅମାନେ ଜଳି ଯାଉଥିବା ଦେଖି ଅନେକ ଲୋକ ଘଟଣାସ୍ଥଳକୁ ଆସିଥିଲେ। କୌଣସି ପ୍ରକାରେ ସ୍ଥାନୀୟ ଲୋକ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ତିନି ଝିଅଙ୍କୁ ଉଦ୍ଧାର କରିଥିଲେ।
ନିଆଁରେ ଜଳି ଯାଇଥିବା ଝିଅମାନଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ୨ ଝିଅଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଭାବେ ଜଳିଯାଇଥିବା ଆଉ ଏକ ଶିଶୁ କନ୍ୟା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ମଞ୍ଜୁସା ନଦୀ କୂଳରେ ମୃତ ଝିଅମାନଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a comment