ମାସ୍କ ଚେକିଂ ଆଳରେ ଦୁର୍ବ୍ୟବହାର ଅଭିଯୋଗ, ଏସପିଙ୍କୁ ଘେରିଲେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାସ୍କ ଚେକିଂ ଆଳରେ ଢେଙ୍କାନାଳରେ ପୋଲିସ ଜନସାଧରଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଜଣେ କୋର୍ଟ କର୍ମଚାରୀଙ୍କୁ ପୋଲିସ ଅଶାଳୀନ ବ୍ୟବହାର ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଜିଲ୍ଲା ଓକିଲ ସଂଘ । ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ କୋର୍ଟରୁ ଏକ ବିଶାଳ ଶୋଭାଯାତ୍ରାରେ ପୋଲିସର ମାନମାନି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ନାରବାଜି ଦେଇ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ପଶିଥିଲେ । ପରେ ଏସପିଙ୍କ ଚାମ୍ବରରେ ପଶି ବଦଳି ଆଦେଶ ପାଇଁ ମଧ୍ୟ ରିଲିଫ ହେଉନଥିବା ଢେଙ୍କାନାଳ ଏସଡ଼ିପିଓଙ୍କ ତୁରନ୍ତ ରିଲିଫ ଓ ଦୁର୍ବ୍ୟବହାର କରିଥିବା ପୋଲିସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଥିଲେ ।